କଟକଜିଲ୍ଲାର ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଗୋଟି କଲେଜର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ଆସି ଉଚ୍ଚଶିକ୍ଷା ମନ୍ତ୍ରୀ ଶେଷରେ ଛାତ୍ର ଙ୍କୁ ବିଜୁଜନତା ଦଳର କର୍ମୀ ସଜାଇ ଦେଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ତିନି ଘଣ୍ଟିଆ କାର୍ଯ୍ୟକ୍ରମରେ ବାଙ୍କୀରେ ପହଁଚି ରାଣୀ ଶୁକଦେଇ ମହିଳା ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷ ଉଦଘାଟନ କରିଥିଲେ। ପରେ ବାଙ୍କୀ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅନୂସୂଚିତ ଜାତି ଓ ଜନଜାତି ଛାତ୍ର ମାନଙ୍କ ପାଇଁ ନଵ ନିର୍ମିତ ଶହେ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ କୁ ଲୋକାର୍ପିତ କରିଥିଲେ । ପରେ ଅନୁଷ୍ଠିତ ସଭାରେ କଲେଜର ଛାତ୍ର ମାନେ ଯେଉଁମାନେ କି ୟୁନିଫର୍ମ ପିନ୍ଧି ସ୍ୱାଗତ କରୁଥିଲେ। ଶେଷରେ ସେମାନଙ୍କୁ ବେକରେ ଶଙ୍ଖ ଚିହ୍ନ ଉତ୍ତରୀ ପକାଇ ମନ୍ତ୍ରୀ ଙ୍କ ପାଖରେ ଫଟୋ ଉଠାଇଲେ ।
ତେବେ ଶିକ୍ଷାନୁଷ୍ଠାନରେ ଛାତ୍ର ମାନ ଙ୍କୁ ଦଳୀୟକର୍ମୀ ବନେଇଦେଲେ ମନ୍ତ୍ରୀ । କଲେଜ ର ଉଦଘାଟନୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାରକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏଭଳି ଘଟଣା କୁ ପୂର୍ବତନ ଛାତ୍ର ନେତା ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଦିନରେ ବିରୋଧ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । କଲେଜ କ୍ୟାମ୍ପସରେ ଖୋଦ୍ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତରେ ଚାଲିଥିବା ଏପରି କାମକୁ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: