ଦିନ ଥିଲା ସଂସ୍କୃତ ଭାଷା ଜନଭାଷା ଥିଲା । କିନ୍ତୁ ଆଜିର ବର୍ତ୍ତମାନ ପିଢ଼ିକୁ ଏହା କଷ୍ଟସାଧ୍ୟ ବୋଲି ମନେ ହେଉଛି । ୨୦୨୦ ମସିହାରେ ଜାତୀୟ ଶିକ୍ଷା ନୀତିର ନେତୃତ ନେଇ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହା ଶିକ୍ଷା ବ୍ୟବସ୍ଥାର ଅୟମ ଆରମ୍ଭ ବୋଲି କୁହାଯାଇପାରିବ । ସ୍ବଦେଶୀ ଶିକ୍ଷାନୀତି ହିଁ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।
ସେହିପରି ଶିକ୍ଷା ବିଭାଗ ଶାସନ ସଚିବ କହିଛନ୍ତି, ୧୦୦ ଦିନର ଟାର୍ଗେଟ ଭିତରେ ଜାତୀୟ ଶିକ୍ଷା ନୀତିକୁ ଅଗ୍ରାଧିକାର ଦେବା ସହ ଗୁରୁତ୍ବ ଦିଆଯାଇଛି । ୨ ବର୍ଷ ହେବ ନୂଆ ସିଲାବସ୍ ତିଆରି ହୋଇଛି । ଇଣ୍ଟନସିପ୍ ଓ ଦକ୍ଷତାକୁ NEPରେ ଗୁରୁତ୍ବ ଦିଆଯାଉଛି । ଠିକ୍ ଭାବେ ସବୁ ପାଠକୁ ଧ୍ୟାନ ଦେଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପଢା ଖର୍ଚ୍ଚ ସେମାନଙ୍କୁ ଫେରାଇ ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ୪୦ଟି MODEL ସିଲବସ୍ ପ୍ରସ୍ତୁତ କରାଯାଇଛି । ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ବିଭାଗ ତରଫରୁ ଧ୍ୟାନ ଦିଆଯାଇଛି ।
ବିଳମ୍ବରେ ହେଲେ ବି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରୁଥିବାବେଳେ ଶିକ୍ଷା ସମାଜ ଉପରେ ଏହା କେତେ ପ୍ରଭାବ ପକାଉଛି ତାହା ଉପରେ ନଜର।