ରାଜସ୍ଥାନରେ ଏକ ଚାର୍ଟଡ ବିମାନ କ୍ରାସ୍ ହୋଇଛି
କୋଭିଡରେ ଚାଲିଗଲେ ପ୍ରକ୍ତାନ ସିଡିଏମଓ ଡା ଜ୍ଞାନେନ୍ଦ୍ର ସାହୁ

ପୁରୀ : ପୁଣି ଆଉ ଜଣେ କରୋନା ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ। ବିଗତ ଦିନରେ ପୁରୀ ମୁଖ୍ୟ ଚିକିତ୍ସାଧିକାରୀ ଥିବା ଡାକ୍ତର ଜ୍ଞାନେନ୍ଦ୍ର ସାହୁ ଆଉ ନାହାନ୍ତି। ଆଜି ସକାଳେ କରୋନା କବଳିତ ହୋଇ ଡା ସାହୁଙ୍କର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି।
ସେ ଜଣେ ମେଳାପୀ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ରୋଗୀସେବା କ୍ଷେତ୍ରରେ ପୁରୀ ସମେତ ନିଜ କର୍ମକ୍ଷେତ୍ରରେ ସେ ଅନେକ ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Download Argus News App
