ହଠାତ୍ ଲିଜାଙ୍କ ହାତ ମେସିନ ଫ୍ୟାନ ରେ ହାତ ବାଜି ଯାଇଥିଲା। ଘଟଣା ସ୍ଥଳରେ ହିଁ ଲିଜାଙ୍କ ହାତ ଦୁଇଖଣ୍ଡ ହୋଇଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ପ୍ରଥମେ ବ୍ରହ୍ମପୁର ଡାକ୍ଟରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଲିଜାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଲିଜାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଲିଜା ଯୁକ୍ତ ୨ ପାଠ ପଢା ଶେଷ କରିଥିବା ବେଳେ ବାପା ଟୁନା ଦାସଙ୍କ ଆର୍ଥୀକ ସ୍ଥିତି ସୃଦୁଢ ନଥିବା ଯୋଗୁ ଲିଜାର ଚିକିତ୍ସା ପାଇଁ ଅଞ୍ଚଳବାସୀ ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ଲୋଡିଛନ୍ତି।
ଧାନ ଅମଳ ମେଶିନରେ କଟିଗଲା ହାତ

ଅର୍ଗସ ବ୍ୟୁରୋ: ଧାନ ଅମଳ ମେଶିନ ଫ୍ୟାନରେ କଟିଗଲା ଗୋଟିଏ ହାତ। ଦୁଇ ଖଣ୍ଡ ହୋଇଗଲା ଯୁବତୀଙ୍କ ହାତ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାମନ୍ତରାପୁର ଗ୍ରାମରେ। ଗତକାଲି ଅପରାହ୍ନ ସମୟରେ ଟୁନା ଦାସଙ୍କ ଝିଅ ଲିଜା ଦାସ ଓ ତାଙ୍କ ପରିବାର ଲୋକେ ଧାନ ଅମଳ ମେଶିନ ଦ୍ବାରା ଧାନ ଅମଳ କରୁଥିଲେ।
Download Argus News App
