ରାଜ୍ୟ ସରକାର ନିଷ୍ପତି ନେବେ ମାସ୍କ ପିନ୍ଧିବା ପାଇଁ । ପୂର୍ବ ମନ୍ତ୍ର ଦୋହରାଉଛୁ, ମାସ୍କ ପିନ୍ଧନ୍ତୁ, ମେଡିକାଲରେ ମାସ୍କ ପିନ୍ଧିଲେଣି । ମାସ୍କ ବାଧ୍ୟତାମୂଳକ ହେବ କି ନାହିଁ ନିଷ୍ପତି ନେବେ ସରକାର । ଆଗରୁ ଥିବା ଟୀକା ସରିଯାଇଛି । ଜାନୁଆରୀ ମାସରେ ଟୀକା ଆସିଥିଲା । ଫେବୃଆରୀ 8 ରେ ସରିଯାଇଛି । ପ୍ରଥମ ଡୋଜ 98% ନେଇସାରିଛନ୍ତି । ପ୍ରଥମ ଏବଂ ଦ୍ବିତୀୟ ଡୋଜ 91% ନେଇଛନ୍ତି । 41% ନେଇଛନ୍ତି ପ୍ରିକସନ ଡୋଜ । ଯାହାକି ଜାତୀୟ ସ୍ତରରୁ ଅଧିକ ।

ଅର୍ଗସ ବ୍ୟୁରୋ : କୋଭିଡ ଟୀକା ପାଇଁ କେନ୍ଦ୍ର କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ମାସ୍କ କଟକଣା ନିଷ୍ପତି ନେବେ ସରକାର ।ସଂକ୍ରମଣର ଭୟବହତା କମ ଅଛି । ସେତେ ସିରିୟସ ହେଉନାହାନ୍ତି । ମେଡିକାଲରେ ସଂଖ୍ୟା କମ । ICUର ବ୍ୟବହାର ହୋଇନାହିଁ । ସଂକ୍ରମଣ ବଢିଛି, ସଚେତନ ଅଛୁ, ସମୀକ୍ଷା ହେଉଛି ।

ଅର୍ଗସ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ କୋଲକାତାକୁ ନିୟମିତ ଟ୍ରେନ୍ ସେବା ବ୍ୟାହତ ହୋଇଥିବାବେଳେ ଆରମ୍ଭ ହୋଇଛି ମାଗଣା ବସ୍ ସେବା । ପୁରୀ, ଭୁବନେଶ୍ବର ଓ କଟକରୁ 48 ଘଣ୍ଟା ପାଇଁ ସ୍ବତନ୍ତ୍ର ବସ୍ ସେବା ଯୋଗାଇ ଦେବାକୁ ପ୍ରେସ୍ ରିଲିଜ ଜରିଆରେ ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ କୁହାଯାଇଛି ।
ସେପଟେ ବିପଦ ସମୟରେ ଫାଇଦା ନେଇ ଅନେକ ବସରେ ଭଡା ମନ ଇଚ୍ଛା ନିଆଯାଉଥିବା ଅଭିଯୋଗକୁ ଘରୋଇ ବସ୍ ମାଲିକ ସଂଘ ଖଣ୍ଡନ କରିଛି । ଗତକାଲି କୋଲକାତା ଯାଉଥିବା ଏକାଧିକ ବସରେ ଯାତ୍ରୀଙ୍କଠାରୁ ମନଇଚ୍ଛା ଭଡ଼ା ଆଦାୟ ଅଭିଯୋଗ ହୋଇଥିଲା । ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଆଦାୟ କରାଯାଇଥିବା ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବସ୍ ମାଲିକ ସଂଘ ଯୁଗ୍ମ ସମ୍ପାଦକ ।
ମାଗଣା ବସ୍ ସେବାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଯେଉଁ ଯାତ୍ରୀମାନେ କୋଲକାତା ଯିବା ପାଇଁ ପୂର୍ବରୁ ଟିକେଟ୍ କିଣି ସାରିଛନ୍ତି, ସେମାନେ ଏହାକୁ ବସ୍ଷ୍ଟାଣ୍ଡରେ ଫେରାଇ ଟିକେଟ ମୂଲ୍ୟ ପାଇପାରିବେ । ଯାତ୍ରୀମାନେ ହେଲ୍ପଲାଇନ୍ ଜରିଆରେ ବସ୍ ଯାତ୍ରା ସଂପର୍କିତ ତଥ୍ୟ ହାସଲ କରିପାରିବେ । ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା - ୮୮୯୫୭୫୪୨୬୨- ଭୁବନେଶ୍ବର ବସ୍ ସଂଘ, ୯୮୬୧୦୯୫୭୬୨-ପୁରୀ ବସ୍ ସଂଘ, ୭୦୦୮୩୨୧୩୯୯- କଟକ ବସ୍ ସଂଘ । ପୁରୀରେ ଜିଆରପି, ଆରଟିଓ ଓ ପୋଲିସ ବିଭାଗ ପକ୍ଷରୁ କୋଲକାତା ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପୁରୀ ଏସପି କହିଛନ୍ତି ।
ବାହାନଗା ରେଳଷ୍ଟେସନ ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଶାଲିମାର-ଚେନ୍ନାଇ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭାବନୀୟ ପରିସ୍ଥିତି ଲାଗି ରହିଛି । ବାଲେଶ୍ବର ମାର୍ଗରେ ସାଧାରଣ ଟ୍ରେନ ସେବା ଆରମ୍ଭ ନହେବା ଯାଏ ମାଗଣା ବସ୍ ସେବା ଅବଧି ବୃଦ୍ଧି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...

ଅର୍ଗସ ବ୍ୟୁରୋ: ସ୍ୱାମୀକୁ ହରାଇ ମୁଣ୍ଡ ପିଟି ପିଟି କାନ୍ଧୁଛି ସ୍ତ୍ରୀ l ଖୁଜି ଖୁଜି ପାଉନି ତା ସ୍ୱାମୀକୁ, ମୁଣ୍ଡ ପିଟି ପିଟି କାନ୍ଧୁଛି ସେ, ସ୍ୱାମୀ ତାର ଜୀବିତ କି ମୃତ ତାଙ୍କୁ ଏବେ ସୁଦ୍ଧା ଜଣା ଯାଇନାହିଁ l ପରିବାର ଲୋକ ବି ସବୁ ଜାଣି ପୁରା ଚୁପ, ପିଇସା ର ମୃତ୍ୟୁ ହୋଇଥିବା ଜାଣି ମଧ୍ୟ ପିଉସୀ କୁ କହିପାରୁନି ପୁତୁରା l ତଥାବି ବୋଲମାନୁନି ଏ ଆଖି ସ୍ୱାମୀକୁ ଖୁଜୁଛି, କଉଠି ମିଳିବ ତା ସ୍ୱାମୀ l ଏ ଚିତ୍ର ସୋର ଡାକ୍ତରଖାନା ପରିସର ର ଚିତ୍ର, ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି ସହ ସହ ଯାତ୍ରୀ l
ଏହାରି ଭିତରେ ସାମ୍ନା କୁ ଆସିଛି ଏପରି କହିଛି ହୃଦୟ ବିଦାରକ ଦୃଶ୍ୟ, ସ୍ୱାମୀ କୁ ହରାଇ କାନ୍ଦୁଛି ସ୍ତ୍ରୀ, ବାହୁନି ବାହୁନି କାନ୍ଦି ଲୁହ ଢାଳି ଦେଉଛି ସ୍ତ୍ରୀ l ତମେ କୋଉଠି ଅଛ। ମୁଁ ତୁମକୁ ଖୋଜି ପାଉନି।
ଇଏ ହେଉଛନ୍ତି ବିହାର ମଧୁବନି ଅଞ୍ଚଳ ର l ସ୍ୱାମୀ କାମ କରିବାକୁ ଚେନ୍ନାଇ ଯାଉଥିବା ବେଳେ କଲିକତା ରୁ ଟ୍ରେନ ବଦଳାଇ କରମଣ୍ଡଳ ଏକ୍ସପ୍ରେସ ରେ ଯାଉଥିଲେ l
ହେଲେ ବିଧିର ବିଧାନ ଯେ ଏମିତି ଆସିବ କିଏ ଜାଣିଥିଲା l ଦୁର୍ଘଟଣା ର ଖବର ପାଇ ସ୍ତ୍ରୀ ସ୍ୱାମୀକୁ ଦେଖା କରିବାକୁ ଆସିଥିଲା କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ଦେଖା ହେବା ଆଗର ଆରପାରିକୁ ଚାଲିଯାଇଛି ସ୍ୱାମୀ l ପରିବାର ସମ୍ପର୍କୀୟ ଜାଣିଛନ୍ତି ତାଙ୍କ ସମ୍ପର୍କୀୟ ଆଉନାହିଁ ଧର୍ଯ୍ୟ ଧରି ବୁଝାଇ ଚାଲିଛନ୍ତି ତଥାପି ସ୍ୱାମୀକୁ ଦେଖିବା ପାଇଁ ବ୍ୟାକୁଳ ଏହି ସ୍ତ୍ରୀ l ଭଗବାନ ଏହି ସ୍ତ୍ରୀ କୁ ଅସୀମ ଧର୍ଯ୍ୟ ଦିଅନ୍ତୁ l
ଅଧିକ ପଢ଼ନ୍ତୁ ଓଡିଶା ଖବର:

ଅର୍ଗସ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ଗତ ଶୁକ୍ରବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ବାଲେଶ୍ବର ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି। ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କର ମୃତ୍ୟୁ ହୋଇଛି। ବହୁତ ପିଲା ମା' ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ସେମାନେ କେମିତି ପାଠ ପଢ଼ି ବଡ଼ ମଣିଷ ହେବେ। ଏହାର ସମାଧାନ କରିଛନ୍ତି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ଏଥିପାଇଁ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି।
ଅଧିକ ଖବର ପଢ଼ନ୍ତୁ: ବାଲେଶ୍ବର ଟ୍ରେନ ଟ୍ରାଜେଡି: ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା
ଅନାଥ ପିଲାଙ୍କ ପାଠପଢ଼ା ଦାୟିତ୍ଵ ନେବ ଆଦାନୀ ଗ୍ରୁପ୍। ବାପାମା' ତଥା ଅଭିଭାବକଙ୍କୁ ହରାଇଥିବା ପିଲା ସୁବିଧା ପାଇବେ। ଘୋଷଣା କଲେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ।
