ଉପକୂଳରୁଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ । ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଆଜି ମଧ୍ୟ କିଛି ସ୍ଥାନରେ ଦିନ ତାପମାତ୍ରା ୪୪ ଓ ୪୫ ସମ୍ଭାବନା । ପୁରୀ, ଗୋପାଳପୁର, ପାରାଦୀପରେ ଆଦ୍ରତା ୭୫% ଉପରେ ରେକର୍ଡ। ସାଢ଼େ ୧୧ରେ ୪୧ ଟପିଲା ପାରଦ। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୪ ରେକର୍ଡ। କେନ୍ଦୁଝର ୪୧, ଭୁବନେଶ୍ବର ୪୦.୪, ଝାରସୁଗୁଡ଼ା ୩୯.୮ ଡିଗ୍ରୀ । ହୀରାକୁଦ ଓ ରାଉରକେଲା ୩୯, ସମ୍ବଲପୁର ୩୮.୬ ଡିଗ୍ରୀ ରେକର୍ଡ ହୋଇଛି।
ଉପକୂଳରୁଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ । ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ସମ୍ବଲପୁର: ଯୋଡି ଶଙ୍ଖ ପାଇଁ ଯୋଡି ୫୦୦ ଟଙ୍କା । ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି। MP ଏବଂ MLA ଭୋଟ୍ ପାଇଁ ଜଣଙ୍କ ପିଛା ଏକ ହଜାର ଟଙ୍କା ଲେଖାଏଁ ବାଣ୍ଟୁଛି ବିଜେଡି।
ଖୁଲମ ଖୁଲା ପ୍ରଶାସନ ଆଖିରେ ଆଙ୍ଗୁଠି ଗୁଞ୍ଜି ବିଜେଡି ନେତା ମାନେ ଘର ଘର ବୁଲି ବାଣ୍ଟୁଛନ୍ତି ଟଙ୍କା । ରେଢାଖୋଲ ଏନଏସିର କଇଥସାହିରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ବେଳେ ଅର୍ଗସ୍ କ୍ୟାମେରା ଦେଖି ଛତ୍ରଭଙ୍ଗ ଦେଲେ । ବିଡା ବିଡା ଟଙ୍କାଧରି ଗାଁ ଗାଁ ରେ ବାଣ୍ଟୁଛନ୍ତି ବିଜେଡି ନେତା । ସବୁ ଜାଣି ଚୁପ୍ ରେଢାଖୋଲ ରିଟଣ୍ଣିଙ୍ଗ ଅଫିସର୍ ଏବଂ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ପୂଜା କରାଯାଏ । ଏହା ସହ ପ୍ରତି ବର୍ଷ ହନୁମାନ ଜୟନ୍ତୀ ମଧ୍ୟ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ତେବେ ପ୍ରତିବର୍ଷ ଚନ୍ଦ୍ର ମାସର ପୂର୍ଣ୍ଣିମା ଦିନ ହନୁମାନଙ୍କର ଜନ୍ମ ବାର୍ଷିକୀ ପାଳନ କରାଯାଏ । ପୂର୍ଣ୍ଣିମା ଦିନ ମାତା ଅଞ୍ଜନା ଏବଂ ବାନରରାଜା କେସରୀଙ୍କ ଘରେ ବଜରଙ୍ଗବାଲି ଜନ୍ମ ହୋଇଥିଲେ । ଏହି ଶୁଭ ଦିନରେ ଅଞ୍ଜାନିସୁତଙ୍କ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ତେବେ ହନୁମାନଙ୍କୁ ନେଇ ଏପରି ଅନେକ କାହାଣୀ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ ।
କିମ୍ବଦନ୍ତୀ ଅନୁଯାୟୀ, ଥରେ ମାତା ସୀତା ତାଙ୍କ କପାଳରେ ସିନ୍ଦୁର ଲଗାଉଥିଲେ । ସେହି ସମୟରେ ହନୁମାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ମାତା ସୀତାଙ୍କୁ ସିନ୍ଦୁର ଲଗାଇଥିବାର ଦେଖି ବଜରଙ୍ଗବାଲି ବହୁତ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ସେ କାହିଁକି ତାଙ୍କ କପାଳରେ ସିନ୍ଦୁର ଲଗାଉଛନ୍ତି । ତାପରେ ମାତା ସୀତା ହସିଲେ ଏବଂ କହିଥିଲେ ଯେ ମୁଁ କୌଶଲ୍ୟା ନନ୍ଦନଙ୍କ ଦୀର୍ଘ ଆୟୁଷ ଏବଂ ସମୃଦ୍ଧ ଜୀବନ ପାଇଁ ଏହାକୁ ଲଗାଉଛି । ତେବେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘ ଆୟୁଷ ପାଆନ୍ତି । ଏହି କାରଣରୁ ମୁଁ ପ୍ରଭୁ ରାମଙ୍କ ଦୀର୍ଘ ଆୟୁଷ ଏବଂ ତାଙ୍କର ସମୃଦ୍ଧି ପାଇଁ ସିନ୍ଦୁର ଲଗାଉଛି ।
ଯେତେବେଳେ ହନୁମାନ ଏହି କଥା ଜାଣିଲେ ଯେ ସିନ୍ଦୁର ଲଗାଇବା ଦ୍ୱାରା ଭଗବାନ ଶ୍ରୀ ରାମଙ୍କ ଆୟୁଷ ବଢିବ, ସେତେବେଳେ ସେ ତାଙ୍କ ପୂରା ଶରୀରରେ ସିନ୍ଦୁର ଲଗାଇବା ଆରମ୍ଭ କରିଲେ । ଏହା ପରେ ଯେତେବେଳେ ଭଗବାନ ଶ୍ରୀ ରାମ ହନୁମାନଙ୍କୁ ସିନ୍ଦୁରରେ ସମ୍ପୂର୍ଣ୍ଣ ରୂପେ ଚିତ୍ରିତ ହୋଇଥିବାର ଦେଖିଲେ, ସେ ହନୁମାନଙ୍କୁ ପଚାରିଲେ, ତୁମେ କାହିଁକି ଏହି ସିନ୍ଦୁରକୁ ନିଜ ଶରୀରରେ ଲଗାଇଛ ? ଏହାପରେ ବଜରଙ୍ଗବାଲି କହିଲେ, ପ୍ରଭୁ, ମାତା ସୀତା ଆପଣଙ୍କ ଦୀର୍ଘ ଆୟୁଷ ପାଇଁ କପାଳରେ ସିନ୍ଦୁର ଲଗାଇଛନ୍ତି । ମୁଁ ମଧ୍ୟ ଚାହେଁ ଆପଣ ଦୀର୍ଘ ଆୟୁଷ ହୁଅନ୍ତୁ । ତେଣୁ ମୁଁ ମୋର ସମଗ୍ର ଶରୀରରେ ସିନ୍ଦୁର ଲଗାଇଛି ।
ତାପରେ ହନୁମାନଙ୍କର ଭକ୍ତି ଓ ସମର୍ପଣ ଦେଖି ଭଗବାନ ଶ୍ରୀ ରାମ ତାଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ । ଏହା ପରେ ପ୍ରଭୁ ରାମ କହିଲେ ଯେ ଯେକୌଣସି ଭକ୍ତ ତୁମକୁ ସିନ୍ଦୁର ପ୍ରଦାନ କରିବେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହେବ ଏବଂ ମୋର ଆଶୀର୍ବାଦ ମଧ୍ୟ ମିଳିବ । କୁହାଯାଏ ଯେ ସେବେଠାରୁ ହନୁମାନଙ୍କ ପୂରା ଶରୀରରେ ସିନ୍ଦୁର ଲଗାଜିବା ଆରମ୍ଭ ହୋଇଥିଲା । ଏହା ପରେ ଯେଉଁ ଭକ୍ତମାନେ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତି, ସେମାନଙ୍କୁ ଭଗବାନ ରାମ ଓ ହନୁମାନଙ୍କର ଆଶୀର୍ବାଦ ମିଳିଥାଏ । ଏପରି ଭାବେ ସେହି ଲୋକ ଜୀବନରେ ସୁଖଶନ୍ତି ଭରି ରହିଥାଏ ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମି ଭୂୟାଁ ବିଭିନ୍ନ ପ୍ରଲୋଭନ ଦେଖାଇ ସମୁଦାୟ ୧୦୦ ଜଣଙ୍କ ଠାରୁ ମୋଟ ୨ କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ ।
ଶ୍ୟାମନଗର, ରାୟପୁର, ଛତିଶଗଡ଼ ରେ ହେଡ ଅଫିସ ଥିବା ବେଳେ ଜଗଦଲପୁର ଓ ଭୁବନେଶ୍ୱର ର ଜୟଦେବ ବିହାରରେ ବ୍ରାଞ୍ଚ ଅଫିସ କରିଥିଲେ । ଖୋର୍ଦ୍ଧା,କୋରାପୁଟ, ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ଵର , ରାଉରକେଲା, ସମ୍ବଲପୁର ଓ ଗଞ୍ଜାମର ଲୋକମାନେ ମୂଖ୍ୟତଃ ଠକେଇର ଶିକାର ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଠକେଇ ଅଭିଯୋଗରେ ସମ୍ବଲପୁରର ବିକାଶ ପୋଦାର ନାମକ ଯୁବକ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ଠକେଇ ଟଙ୍କାରେ ଦୁବାଇରେ ମଉଜ କରୁଥିବା ଜାଣିବାକୁ ପାଇଛି EOW । ଆବଶ୍ୟକ ସ୍ଥଳେ ଦୁବାଇ ଲିଙ୍କ ନେଇ ଅଧିକ ଖୋଳତାଡ଼ ହେବ ।