ବଙ୍ଗୋପସାଗର ଓ ଉପକୂଳ ଓଡ଼ିଶା ଉପରେ ସୃଷ୍ଟି ଗୁରୁଚାପ ପ୍ରଭାବରେ କୁହୁଡ଼ି ହୋଇଥିବା ନେଇ ଜଣାପଡ଼ିଛି। ବାୟୁରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ କୁହୁଡ଼ି ଦେଖାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ କମିଥିବା ବେଳେ ତାପାମାତ୍ରା ବଢିଛି। ଆଗାମୀ 20 -21 ଆଡକୁ ବର୍ଷା ହେବାର ସମ୍ଭାବନା ରହିଛି । 21 ପରେ ତାପମାତ୍ରା କମିବ ଶୀତ ବଢିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମା ଶଙ୍କର ଦାସ।
ରାଜଧାନୀରେ ସକାଳୁ ଘନ କୁହୁଡି

ଭୁବନେଶ୍ୱର : ଶୀତ କମିଛି ତାପମାତ୍ରା ବଢିଛି। ରାଜଧାନୀରେ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖାଯାଇଛି। ଆସନ୍ତାକାଲି ମଧ୍ୟ ରହିପାରେ କୁହୁଡ଼ିର ଆଶଙ୍କା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ଭୁବନେଶ୍ୱରରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ।
Download Argus News App
