ସମ୍ବଲପୁରରେ 39.7, କେନ୍ଦୁଝରରେ 39, ହୀରାକୁଦରେ 38.6, ରାଉରକେଲାରେ 37.9, ଗୋପାଳପୁରରେ 35.1 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆହୁରି ୫ ଦିନ କଲବଲ କରିବ ତାତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: କଲବଲ କରୁଛି ତାତି । ସକାଳୁ ଘରୁ ବାହାରିବା ମୁସ୍କିଲ । ସାଢେ ୧୧ ଟା ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲା ୪ ସହରର ପାରଦ । ଭୁବନେଶ୍ବର ଓ ବାଲେଶ୍ବରରେ ସର୍ବାଧିକ 40.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ 40, ଝାରସୁଗୁଡାରେ 40 ଡିଗ୍ରୀ ଛୁଇଁଲା ପାରଦ ।
ସମ୍ବଲପୁରରେ 39.7, କେନ୍ଦୁଝରରେ 39, ହୀରାକୁଦରେ 38.6, ରାଉରକେଲାରେ 37.9, ଗୋପାଳପୁରରେ 35.1 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆହୁରି ୫ ଦିନ କଲବଲ କରିବ ତାତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୃଥିବୀର ଦ୍ବିତୀୟ କ୍ଷୁଦ୍ରତମ ଦେଶ ମୋନାକୋ । ଯାହାର ଲୋକସଂଖ୍ୟା ପାଖାପାଖି ୪୦ ହଜାର । ହେଲେ ଏହି ଦେଶରେ ଏକ ତୃତୀୟାଂଶ ଲୋକ କୋଟିପତି । ଯାହାଙ୍କ ପାଖରେ ପାଖାପାଖି ୧୦ ଲକ୍ଷ ଡଲାରରୁ ଅଧିକ ଟଙ୍କା । ଏବଂ ପ୍ରତ୍ୟେକ ନାଗରିକଙ୍କ ବର୍ଷକୁ ହାରାହାରି ଆୟ ୨ କୋଟିରୁ ଅଧିକ ଅଟେ । ବିଶେଷ ଭାବେ ଏହି ଦେଶରେ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ବାସ କରନ୍ତି । ମୋନାକୋର ଅର୍ଥନୀତି ଏହି ଦେଶର ପର୍ଯ୍ୟଟନ ଉପରେ ନିର୍ଭର କରେ । ଏହି ଦେଶରେ ବାସିନ୍ଦାଙ୍କୁ ଇନକମ ଟ୍ୟାକ୍ସ ଦେବାକୁ ପଡେ ନାହିଁ । ସେଥିପାଇଁ ଅନ୍ୟଦେଶରେ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ଏଠାରେ ଜାଗା କିଣି ଘର କରି ରହିବାକୁ ପସନ୍ଦ କରିଥାନ୍ତି । ଏହି ଦେଶକୁ ଦୂନିଆର "ଧନୀ ଲୋକଙ୍କ ରାଜଧାନୀ" ବୋଲି କୁହାଯାଇଥାଏ
ଅଧିକ ପଢନ୍ତୁ : ଆମାଜନ ନଦୀରେ କାହିଁକି ନାହିଁ ପୋଲ ?
ମୋନାକୋ ଦେଶର କ୍ଷେତ୍ରଫଳ ହେଉଛି ୧.୯୫ ବର୍ଗ କିଲୋମିଟର । ଏହି ଦେଶର ପ୍ରମୁଖ ଖେଳ ହେଉଛି ଜୁଆ । ଏଠାରେ ଥିବା କ୍ୟାସିନୋରେ ପର୍ଯ୍ୟଟକ ମାନେ ଜୁଆ ଖେଳିବା ସହ ସ୍ଥାନର ମଜା ନେଇଥାନ୍ତି । ମୋନାକୋର ରିୟଲ ଏଷ୍ଟେଟ ବଜାରକୁ ଦୂନିଆର ସବୁଠୁ ମହଙ୍ଗା ବଜାର ବୋଲି କୁହାଯାଇଥାଏ । ବିଶେଷଭାବେ ସୁଇଜରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ ଆଦି ଦେଶର ଲୋକମାନେ ଏହିଠାରେ ରହି ନିଜର ବିଜନେସ କରିଥାନ୍ତି ।