ଅନ୍ୟପଟେ ଜୁନ ୧ ରୁ ଏଯାବତ ରାଜ୍ୟରେ ୨୧୧.୬ ମିମି ବର୍ଷା ହୋଇଥିବା ବେଳେ ଏବେବି ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। କିନ୍ତୁ ବର୍ତ୍ତମାନ ସ୍ୱାଭାବିକ ବର୍ଷା ରହିବା କଥା ୨୮୫.୮ ମିମି।ବାଲେଶ୍ୱର ରେ ଅଧିକ ନିଅଁଟିଆ ଥିବା ବେଳେ ୧୬ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ କଟକ ବାଙ୍କୀ ରେ ୧୭୭.୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୂଆପଡାରେ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର