ସେହିପରି ପ୍ରବଳ ବର୍ଷା ପାଇଁ ନୂଆପଡା, କଳାହାଣ୍ଡି, ରାୟଗଡା, ଗଂଜାମ ଓ ଗଜପତି ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେହିପରି ବିଜୁଳି ଘଡଘଡିର ସତର୍କତାକୁ ନେଇ ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ , କଳାହାଣ୍ଡି, କେନ୍ଦ୍ରାପଡା, ଭଦ୍ରକ ,ଯାଜପୁର, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଗଜପତି, ମାଲକାନଗିରି , କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ଅରେଞ୍ଜ ବର୍ଣ୍ଣିଙ୍ଗ ସହ ପ୍ରବଳ ବର୍ଷା ପାଇଁ ନୂଆପଡା କଳାହାଣ୍ଡି ବଲାଙ୍ଗୀର କନ୍ଧମାଳ ଗଂଜାମ କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସଦୃଶ ଲଘୁଚାପ ଫଳରେ ୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।