ତେବେ ଖଣ୍ଡଗିରି ଜାଭିୟର୍ସ ସ୍କୁଲ ସରକାରୀ ନିର୍ଦେଶକୁ ଅମାନ୍ୟ ଓ ବେଖାତିର କରି ବେଆଇନ ଭାବରେ ସ୍କୁଲ ଫିସ୍ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା । କୋର୍ଟ ଏହି ମାମଲାରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏ ସମ୍ପର୍କରେ କଣ ପଦକ୍ଷେପ ନେଇଛନ୍ତି ତାର ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି ।
ବେଆଇନ ସ୍କୁଲ ଫି ଆଦାୟ ମାମଲା, ଜବାବ ଦାଖଲ ପାଇଁ ଗଣଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ବେଆଇନ ସ୍କୁଲ ଫି ଆଦାୟ ମାମଲା । ଜବାବ ଦାଖଲ ପାଇଁ ଗଣଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କରୋନା ମହାମାରୀ ସମୟରେ ସ୍କୁଲ ଫିସ୍ ଆଦାୟ ଉପରେ ରିହାତି ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଥିଲା । ଏହି ଏମଓୟୁରେ ଖଣ୍ଡଗିରି ଜାଭିୟର୍ସ ସ୍କୁଲ ମଧ୍ୟ ଏକ ସଦସ୍ୟ ଥିଲା ।
Download Argus News App
