ଏତିକିରେ ଚନ୍ଦୁ ଙ୍କର ମନ ବଳ ଭାଙ୍ଗି ନଥିଲା । ଘରେ କିଛି ଦିନ ରହିବା ପରେ ଟଙ୍କା ରୋଜଗାର କରିବା ପାଇଁ କେରଳ ଯାଇଥିଲେ।ସେଠାରେ ହୋଟେଲ ରେ କାମ କରି ଯେତିକି ରୋଜଗାର କଲେ ସେତିକିରେ ନିଜ ଖର୍ଚ୍ଚ ରଖି ବଳକା ଟଙ୍କା ଘରକୁ ପଠାଉଥିଲେ। ଘରର ବଡ ପୁଅ ହୋଇଥିବାରୁ ଘରର ସବୁ ଦାୟିତ୍ଵ ମୁଣ୍ଡ ଉପରେ। ଘରେ ବାପା, ମା,ସାନ ଭାଇ ସହ ଦୁଇ ସାନ ଭଉଣୀ ରହୁଛନ୍ତି । ଘର ଖର୍ଚ୍ଚ ସହ ପଢା ଖର୍ଚ୍ଚ ପାଇଁ ଟଙ୍କା ପଠାଉଥିବା କହିଛନ୍ତି ଚନ୍ଦୁ।
ଚନ୍ଦୁ ଅଷ୍ଟମ ଶ୍ରେଣୀ ପାସ୍ କରିବା ପରେ ଘର ଛାଡ଼ି କେରଳ ଯାଇଥିଲେ।ସେଠାରେ ହୋଟେଲ ରେ କାମ ସାରିବା ପରେ ଜିମ୍ ଯାଇ ନିଜକୁ ଫିଟ୍ କରିଥିଲେ । ଦିନେ ଫେସବୁକ୍ ରେ ମୁମ୍ବାଇରେ ହେବାକୁ ଥିବା ଏକ ଅଡିସନ୍ ଏମ୍ ଏଫ୍ ଡି ଏଫ୍ ସିଜନ୍ ୧୧ ର ଏକ ପୋଷ୍ଟର ଦେଖିଥିଲେ । ସେ ମଡେଲିଂ ରେ ଭାଗ ନେବା ପାଇଁ ଅନୁଷ୍ଠାନ ମୁଖ୍ୟଙ୍କୁ ମେସେଜ କରି ଜଣାଇଥିଲେ। ଚନ୍ଦୁର ଫିଟନେସ ଫଟୋ ଦେଖିବା ପରେ ତାଙ୍କୁ ମୁମ୍ବାଇ ଆସିବା ପାଇଁ କହିଥିଲେ ।ସେଠାରେ ଚାଲିଥିବା ଆକଟିଂ,ମଡେଲିଂ ରେ ଅଂଶ ଗ୍ରହଣ କରି ଗୋଲ୍ଡ ମେଡାଲ ପାଇଥିଲେ। ସେଇଠୁ ବଦଳି ଥିଲା ଚନ୍ଦୁଙ୍କ ଭାଗ୍ୟ। ଅନୁଷ୍ଠାନ ମୁଖ୍ୟ ଅଭିଷେଖ୍ ଯୋଶୀ ଙ୍କୁ ନିଜର ସବୁ କଥା କହିବା ପରେ ସେ ବଲିଓଡରେ କାମ କରିବା ପାଇଁ ରାସ୍ତା ଦେଖାଇଥିଲେ ।ପ୍ରଥମେ ଚନ୍ଦୁ ମୁମ୍ବାଇ ରେ ସୁଟିଂ ହେଉଥିବା ହିନ୍ଦୀ ସିରିଏଲ୍ ରାଧାକ୍ରୀଷ୍ଣା ରେ କୃଷ୍ଣ ଚରିତ୍ର ରେ ଅଭିନୟ କରିଥିଲେ।ପରେ ହିନ୍ଦୀ ଓ ଗୁଜୁରାତି ଚଳଚ୍ଚିତ୍ର ରେ ଅଭିନୟ କରିବାର ସୁଯୋଗ ପାଇଥିବା କହିଛନ୍ତି ଚନ୍ଦୁ।ଛୋଟ ବେଳୁ ଦୁଃଖ କଷ୍ଟରେ ବଢ଼ି ଥିଲେ ଆଉ ଏବେ ସିନେମାରେ ଅଭିନୟ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଚନ୍ଦୁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: