ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଙ୍ଗପୁରା ଗାଁରେ ହତ୍ୟାକାଣ୍ଡ। ଭଗବାନ ପ୍ରଧାନ ନାମକ ଜଣେ ଯୁବକକୁ ହତ୍ୟା। ବର୍ଷେ ପୂର୍ବରୁ ଗାଁରେ ଭଗବାନଙ୍କ ସହ କିଛି ଲୋକଙ୍କ ସହ ଝଗଡା ସହ ମାଡ଼ପିଟ ହୋଇଥିଲା। ସେହି କାରଣରୁ ଭଗବାନକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ଲୋକେ। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଜଣେ ଟ୍ରାକ୍ଟର ମାଲିକ ଭାଗବତ ପ୍ରଧାନ ନିଜ ଟ୍ରାକ୍ଟର ସହ ରେମୁଣା ଥାନାରେ ପହଂଚି ଭଗବାନ ତାଙ୍କ ଗାଡି ଆଗକୁ ଚାଲି ଆସିଥିବା କହି ରେମୁଣା ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି। ତେବେ ରେମୁଣା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: