ଖାଲି ଶ୍ୟାମେଲି ନୁହନ୍ତି କାଲିମେଳା ବ୍ଲକକୁ 6164 ଘର ଆସିଥିବା ବେଳେ ଗୁମ୍ଫାକୋଣ୍ଡା ପଞ୍ଚାୟତକୁ ଆସିଛି 296 ଘର ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହବଣ୍ଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଫଳରେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ।ମାଲକାନାଗିରି କାଲିମେଳା ବ୍ଲକର ଦୁର୍ଗମ ଗାଁ ଗୁଡିକ ମଧ୍ୟରେ ଏମ୍. ଭି 66 ଅନ୍ୟତମ, ଗାଁରେ 130ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ଗ୍ରାମରେ ସମସ୍ତ ପରିବାର ବଙ୍ଗୀୟ ସାମ୍ପ୍ରଦାୟର,1970 ମସିହାରୁ ଦଣ୍ଡକାରଣ୍ୟ ଯୋଜନାରେ ସେମାନଂକୁ ଥଇଥାନ କରାଯାଇ ଜମି ବାଡ଼ି ପ୍ରଦାନ କରିଥିଲେ ସରକାର l
ତେବେ ଦୀର୍ଘ 54 ବର୍ଷ ପରେବି ସାମାଜିକ ଅର୍ଥନୈତିକ ସ୍ଥିତି ଦୁର୍ବଳ। ସରକାର ଦୁର୍ଗମ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହା ଅପହଞ୍ଚ। ଫଳରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନ ଅପହଞ୍ଚ।
ଅଧିକ ପଢ଼ନ୍ତୁ ଓଡିଶା ଖବର: