ଯାହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିରୋଧରେ ଇଂରେଜ ସରକାର କରିଥିବା ମାମଲା ହେଉ କିମ୍ବା ଉତ୍କଳ ଗୌରବ ମଧୁସୂଦନ ଦାସ ଲଢ଼ିଥିବା ମାମଲା । ୧୮୦୫ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତର ସମସ୍ତ ଗୁରୁତ୍ତ୍ବପୂର୍ଣ୍ଣ ଦସ୍ତାବିଜ ଏହି ଆର୍କାଇଭ୍ ବିଲ୍ଡିଙ୍ଗରେ ଉପଲବ୍ଧ ରହିବ। ଏହି ସବୁ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ । କେବଳ ଏତିକି ନୁହେଁ ଏହାଦ୍ବାରା ଛାତ୍ରଛାତ୍ରୀ ମାନେ ନିଜ ପାଠ ପଢ଼ାରେ ଗବେଷଣା ମଧ୍ୟ କରି ପାରିବେ । ନ୍ୟାୟିକ ବ୍ୟବସ୍ଥା ସଂପର୍କରେ ସମସ୍ତଙ୍କୁ ଅବଗତ କରିବା ହେଉଛି ଏହାର ଲକ୍ଷ୍ୟ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ନୂତନ ଆବାସିକ କମ୍ପ୍ଲେକ୍ସର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୂରଲୀଧର, ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣଙ୍କ ସମେତ ଅନ୍ୟ ବିଚାରପତି, ଆଇନଜୀବୀ ଓ ହାଇକୋର୍ଟ ରେଜିଷ୍ଟ୍ରାର ଓ କର୍ମଚାରୀ ଉପସ୍ଥିତ ଥିଲେ ।