ଅଧିକ ପଢନ୍ତୁ : ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ
ଦଣ୍ଡାଦେଶ ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍।2016ରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । 302 ଆଜୀବନ କାରାଦଣ୍ଡ ସହିତ 5000 ଟଙ୍କା ଜୋରିମାନା କରିଛନ୍ତି।
ସୁନ୍ଦରଗଡ : ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ। ରାଜୁ ପାନାକୁ ଆଜୀବନ ଦଣ୍ଡଦେଶ । 2015 ମସିହା ଜୁନ 7 ତାରିଖ ଦିନ କାଳିଆ ପାନା (70) ଓ ତାଙ୍କ ସ୍ତ୍ରୀ ପୁନିଆ ପାନା (65) ଘରେ ଶୋଇ ଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହାଣି ହତ୍ୟାକରିଥିଲେ।ସ୍ବାମୀ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଆଜୀବନ ଦଣ୍ଡାଦେଶ ଦିଆଯାଇଛି ।
ଅଧିକ ପଢନ୍ତୁ : ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ
ଦଣ୍ଡାଦେଶ ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍।2016ରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । 302 ଆଜୀବନ କାରାଦଣ୍ଡ ସହିତ 5000 ଟଙ୍କା ଜୋରିମାନା କରିଛନ୍ତି।
ଭୁବନେଶ୍ୱର: ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଆଉ ଡିଏସପି ରାଙ୍କ ଅଫିସରଙ୍କୁ ବଦଳି କି ନିଯୁକ୍ତି କରିପାରିବେନି ପୋଲିସ ଡିଜି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଏକ କମିଟି ଗଢ଼ାଯିବ । ସେହି କମିଟି ହିଁ ଡିଏସପି, ଏଏସପି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କର ବଦଳି ବା ନିଯୁକ୍ତି ନେଇ ନିଷ୍ପତ୍ତି ନେବ । ଗୃହ ବିଭାଗ ସଚିବଙ୍କ ବ୍ୟତୀତ ଡିଜିପି ଓ ଆଇଜି ପୋଲିସ ଏହି କମିଟିର ସଦସ୍ୟ ରହିବେ ।
ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ମଧ୍ୟ ଏଥିରେ ସଦସ୍ୟ ରହିବେ । ପୂର୍ବରୁ ଡିଜିପିଙ୍କ ପାଖରେ ଥିବା ଏହି ବଡ଼ କ୍ଷମତାକୁ ଫେରାଇ ନିଆଯାଇଛି । ମୋହନ ସରକାର ଆସିବା ପରେ ପୋଲିସ ବିଭାଗରେ ହୋଇଥିବା ଏହି ବଡ଼ ନିଷ୍ପତ୍ତି ଏକଚାଟିଆ ବାବୁରାଜ ଖତମ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ନିତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ବୈଠକ । ଫୋକସରେ ୨୦୪୭ ସୁଦ୍ଧା ବିକଶିତ ଭାରତ । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଯୋଗଦେଇଛନ୍ତି । ପୁନର୍ଗଠିତ ନିତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷ ରହିଥିବା ବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଉପସ୍ଥିତ ଅଛନ୍ତି । ସେପଟେ ମମତା, ହେମନ୍ତଙ୍କୁ ଛାଡ଼ି ସଂଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ କରି ବୈଠକକୁ ବର୍ଜନ କରିଛନ୍ତି ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ମାଲକାନଗିରି: ମାଲକାନଗିରି ବାୟାପଡ଼ା ଘାଟିରେ ପୁଣି ଭୂସ୍ଖଳନ। ଯାତାୟତ ସମ୍ପୂର୍ଣ୍ଣ ଠପ୍ । ବିଚ୍ଛିନ୍ନ ହେଲା 18ଟି ଗାଁ । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି ।
କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡ଼ା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି 18ଟି ଗାଁର ବାସିନ୍ଦା । ଘାଟିରେ ତୁମ୍ବା ପଦର ନିକଟରେ ଭୂସ୍ଖଳନ ହୋଇଥିବା ବେଳେ ଯାତାୟତ ପାଇଁ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଂଚଳ ବାସିନ୍ଦା ।
ଅଧିକ ପଢନ୍ତୁ ଓଡିଶା ଖବର