କ୍ୟାବିନ ଖାଲି ଥିବାରୁ ଅଧିକ୍ଷକ ତାଙ୍କୁ ରହିବାକୁ ଅନୁମତି ଦେଇଥିଲେ । ବାହାର ଖାଦ୍ୟ ପାଇଁ ଅନୁମତି ନଥିବା କହିଥିଲେ । ସବୁଠୁ ବଡ଼ କଥା ହେଉଛି, ଏସସିବିରେ ଆଡମିଶନ ପରେ ପୋଲିସକୁ ଜଣାଇନଥିଲେ ମେଡିକାଲ କର୍ତ୍ତୃପକ୍ଷ । ଏସସିବିର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏ କଥା ମାନିଛନ୍ତି।
ହାଇଡ୍ରୋସିଲ ଅପରେସନ ଓ ବହୁବିଧ ରୋଗରେ ପୀଡ଼ିତ ହୋଇ ଏସସିବିରେ ଚିକିତ୍ସା ପାଇଁ ଆଡ଼ମିଶନ ହୋଇଥିଲା ହାଇଦର । ତେବେ ସିସିଟିଭି କାମ କରୁଥିଲା ନାନାହିଁ ସେ କଥା ଜାଣି ନଥିବା ଭୁବନାନନ୍ଦ ମହାରଣା କହିଛନ୍ତି ।