ବ୍ରହ୍ମପୁର: ଦୀପାବଳିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ଚଢାଉ । ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ କୋଟିନଡା ଓ ଆସିକା ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି l ଚଢ଼ାଉରେ ଦଶଲକ୍ଷରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକାରର ବାଣ ଓ ସରଞ୍ଜାମ ଜବତ ହୋଇଛି । ଗୋଟିଏ ଅଟୋ ସହ ତିନିଜଣଙ୍କୁ ଗିରଫ କରାଯାଇଛି ।
ଅର୍ଗସ ବ୍ୟୁରୋ: ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୁରିଲା ବର୍ଷେ । । ଆଉ ଏହି ବର୍ଷକ ଭିତରେ ବହୁତ କିଛି ବଦଳି ମଧ୍ୟ ଯାଇଛି । ବିଶେଷ କରି ମଧ୍ୟପ୍ରାଚ୍ୟରେ ଏବେ ମହାଯୁଦ୍ଧ ଭଳି ଅବସ୍ଥା । ଗୋଟିଏ ପଟେ ଇସ୍ରାଏଲ ରହିଛି ତ ଅନ୍ୟପଟେ ପାଲେଷ୍ଟାଇନ, ଲେବାନନ, ଇରାନ, ୟେମେନ ଅଛନ୍ତି । ଇସ୍ରାଏଲ ଶତ୍ରୁଙ୍କ ବିରୋଧରେ ଜୋରସୋରରେ ଲଢ଼େଇ କରୁଛି ତ ଗାଜା ଆଉ ଲେବାନନରୁ ବି ଇସ୍ରାଏଲ ଉପରେ ଆଟାକ୍ ହେଉଛି । ୭ ଅକ୍ଟୋବରର ବର୍ଷ ପୂରଣ ଅବସରରେ ଗାଜାପଟିରୁ ଇସ୍ରାଏଲ ଉପରକୁ ଚାରିଟି ରକେଡ୍ ମାଡ଼ ହୋଇଛି । ଆଇଡିଏଫର ସୂଚନା ଅନୁସାରେ ଡିଫେନ୍ସ ସିଷ୍ଟମ ତିନିଟି ମିସାଇଲକୁ ଇଣ୍ଟରସେପ୍ଟ କରି ଡିଫ୍ୟୁଜ୍ କରିଛି ତ ଆଉ ଗୋଟିଏ ମିସାଇଲକୁ ଇସ୍ରାଏଲର ଖାଲି ଇଲାକାରେ ହିଁ ଉଡ଼ାଇ ଦିଆଯାଇଛି । ସେପଟେ ଇସ୍ରାଏଲ ହମାସର ବାରୁଦି ଠିକଣା ଉପରେ ଧୂଆଁଧାର ହମଲା ଜାରି ରଖିଛି ।
ଗାଜାପଟିରେ ଏବେ ବି ବୁଲୁଛି ଇସ୍ରାଏଲ ଟ୍ୟାଙ୍କ । ଇସ୍ରାଏଲ ସେନା ଗାଜାରେ ଜୋରଦାର କରିଛି ହମଲା । ହମାସ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଏୟାରଫୋର୍ସ । ଏପଟେ ଦକ୍ଷିଣ ଲେବାନନରେ ବି ହିଜବୁଲ୍ଲାହ ଆତଙ୍କବାଦୀଙ୍କ ଉପରେ ନିଆଁ ବର୍ଷା କରୁଛି ଇସ୍ରାଏଲ । ଇସ୍ରାଏଲ ସେନା ପକ୍ଷରୁ ଗ୍ରାଉଣ୍ଡ ଅପରେସନ ମଧ୍ୟ ଜାରି ରହିଛି । ଅନେକ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁଡ଼ଙ୍ଗ ସାମ୍ନାକୁ ଆସୁଛି । ପୂର୍ବରୁ ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ସୀମାରେ ପଶି ହମାସ ଆତଙ୍କବାଦୀ ହମଲା କରିଥିଲେ । ମ୍ୟୁଜିକ ଫେଷ୍ଟିଭାଲକୁ ଟାର୍ଗେଟ୍ ବନାଇଥିଲେ ଆତଙ୍କବାଦୀ । ମ୍ୟୁଜିକ ଫେଷ୍ଟିଭାଲରେ ହିଁ ୩୬୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଇସ୍ରାଏଲର ମୋଟ୍ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ୨୫୦ ଲୋକଙ୍କୁ ବନ୍ଦୀ ବନାଇଥିଲେ । ଏହାପରେ ଇସ୍ରାଏଲ ମୁହଁତୋଡ୍ ଜବାବ ଦେଇଥିଲା । ହମାସ ଉପରେ ସିଧା ହମଲା କରି ଗାଜାରେ ପ୍ରତିଶୋଧ ନେଇଥିଲା ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ପିପିଲିରେ କୁମ୍ଭୀର ଭୟ । ପିପିଲି କଣ୍ଟି ନିକଟ ଦୟା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ବନ ବିଭାଗ ପାଖରେ ଖବର ନଥିବା ସୂଚନା । ପ୍ରଥମ ଥର ପିପିଲି ଅଂଚଳରେ କୁମ୍ଭୀର ଦେଖି ଭୟଭୀତ ନଦୀ କୁଳବର୍ତ୍ତୀ ଅଂଚଳର ଲୋକେ । ନଦୀ ଭିତରକୁ କେହି ନ ଯିବା ପାଇଁ ସ୍ଥାନୀୟ ଲୋକମାନଙ୍କ ନିବେଦନ । ଯେଉଁଭଳି ଭାବରେ ନଦୀରେ କୁମ୍ଭୀର ରହିଛି ନଦୀ ପାଖାପାଖି କୌଣସି ବି ଲୋକ ସେଠାକୁ ନଯାଆନ୍ତୁ ବୋଲି ନିବେଦନ କରାଯାଇଛି। କାହିଁକି ନା ସେହି କୁମ୍ଭୀରଟି ସେହିଠାରେ ରହିଛି। ନଦୀକୂଳିଆ ଲୋକମାନେ ଭୟଭୀତ ଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: