ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିଛି। ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହୁଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୭. ୮ ଡିଗ୍ରୀ ତାପମାତ୍ରା ଭୁବନେଶ୍ୱର ଝାରସୁଗୁଡା ଓ ସମ୍ବଲପୁରରେ ରହିଥିଲା । ସେହିଭଳି ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଫୁଲବାଣୀରେ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଏଭଳି ପାଗ ଜାରିରହିବ । ଭୁବନେଶ୍ୱରରେ ତାପମାତ୍ରା ରାଜ୍ୟର ସର୍ବୋଚ୍ଚ ଥିବାବେଳେ ଦିନର ତାପମାତ୍ରା ଠାରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଅର୍ଗସ ବ୍ୟୁରୋ: ମାର୍ଚ୍ଚରୁ କଲବଲ କଲାଣି ଖରା। ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ଏପରି ଆହୁରି ରାଜ୍ୟରେ ୧୫ ଦିନ ଅସ୍ତବ୍ୟସ୍ତ କରିବା ଟାଣ ଖରା।ଟାଣ ଖରା ଯୋଗୁ ଦିନରେ ଘରୁ ବାହାରିବା ହେବ ଅସମ୍ଭବ ହୋଇପଡିବ। କାରଣ ମୁକ୍ତ ଆକାଶ ଶୁଷ୍କ ବାୟୁର ପ୍ରବାହକୁ ନେଇ ରାଜ୍ୟରେ ଏଣିକି ବଢିବ ତାପମାତ୍ରା । ମାର୍ଚ୍ଚ ୯ତାରିଖ ସୁଦ୍ଧା ତାପମାତ୍ରା ୩୯ କିମ୍ବା ୪୦ ଡିଗ୍ରୀ ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ମାର୍ଚ୍ଚ ୧୦ ରୁ ୧୬ ତାରିଖ ମଧ୍ୟରେ ବି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ୧୫ ଦିନ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଫଳରେ ତାତି ଅଧିକ ଅନୁଭୂତ ହେବ। ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଛି। ହେଲେ ଏପ୍ରିଲ ଓ ମେ ମାସରେ ସବୁଠାରୁ ଅଧିକ ଖରା ସାଙ୍ଗକୁ ହିଟ୍ ୱେଭ ନେଇ ସତର୍କ କରିଛି ବିଭାଗ। ଅନ୍ୟପଟେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମାର୍ଚ୍ଚ ୭ ଏବଂ ୮ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
