ତୃତୀୟ ପର୍ଯ୍ୟାୟରେ ସର୍ବାଧିକ ଫୋକସରେ ରହିଥିଲା ସମ୍ବଲପୁର ସଂସଦୀୟ କ୍ଷେତ୍ର। ଏଠାରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହାଛଡ଼ା କଟକରୁ ଭର୍ତ୍ତୃହରି ମହତାବ, ଭୁବନେଶ୍ବର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ସମ୍ବିତ ପାତ୍ରଙ୍କ ଭାଗ୍ୟର ମଧ୍ୟ ଫଇସଲା ହୋଇଛି।
ସେହିପରି ବିଧାନସଭା କଥା ଦେଖିଲେ ବିଜେପିରୁ ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ନାଉରୀ ନାଏକ, ରବି ନାଏକ, ସୁବାସ ପାଣିଗ୍ରାହୀ, ସଞ୍ଜୀବ ସାହୁ ଓ ସୁରମା ପାଢ଼ୀଙ୍କ ପରି ଭେଟରାନ ମୈଦାନରେ ଥିବା ବେଳେ ବିଜେଡି ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏମାନଙ୍କ ବାଦ୍ ଆନନ୍ଦପୁରରେ କଂଗ୍ରେସରୁ ଟାଣୁଆ ନେତା ଜୟଦେବ ଜେନା ଏବଂ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା ହୋଇସାରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର