୨୫ ବର୍ଷ ପରେ ପ୍ରଥମ ଥର ପାଇଁ ପରାଜୟର ସ୍ଵାଦ ଚାଖିବ ବିଜେଡି । ଆଉ କ୍ରେଡ୍ଟ ଯିବ ପାଣ୍ଡିଆନଙ୍କ ପାଖକୁ । କାରଣ ତାମିଲନାଡୁରୁ ଆସି ଓଡ଼ିଶାରେ ଯେମିତି ଶାସନ କରିବାକୁ ଅପଚେଷ୍ଟା କଲେ , ଦଳର ଅନେକ ପୁରୁଖା ନେତା ବିରୋଧ କରିବା ପରେ ବି ନବୀନ କାହାରି କଥା ଶୁଣିଲେନି ବରଂ ପାଣ୍ଡିଆନଙ୍କୁ ବିଶ୍ଵାସ କଲେ । ଯାହାର ପରିଣାମ ଭୋଗୁଛି ବିଜେଡି । ଏହାରି ଭିତରେ ବିଜେଡିର ସମ୍ଭାବ୍ୟ ଜୟ ପରାଜୟ ଆକଳନ ଭିତରେ ନବୀନଙ୍କ ଉତ୍ତରାଧିକାରୀ ପାଣ୍ଡିଆନଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା କିନ୍ତୁ ଜୋର ।
ନିକଟରେ ନବୀନଙ୍କ ଅଘୋଷିତ ଉତ୍ତରାଧିକାରୀ ପାଣ୍ଡିଆନ୍ ଦମ୍ଭ ଭରିଥିଲେ, ବିଜେଡିର ଆସନ ସଂଖ୍ୟା ଦୁଇ ତୃତୀୟାଂଶରୁ ତଳକୁ ଖସିଲେ ରାଜନୀତିରୁ ନେବେ ସନ୍ୟାସ । ତେବେ ରାଜନୀତି ବିଶ୍ଳେଷକଙ୍କ ମତରେ ବିଜେଡିର ସିଟ୍ ନମ୍ବର ଯଦି ୯୦ ତଳକୁ ଆସିଯାଏ । ତେବେ ପାଣ୍ଡିଆନଙ୍କ ସନ୍ୟାସ ନେବାର ବାଟ ଆପେଆପେ ଫିଟିଯିବ । ବିଜେଡି ନେତାଙ୍କ ମଧ୍ୟମରେ ପାଣ୍ଡିଆନଙ୍କ ଏକାଧିପତ୍ୟକୁ ନେଇ କୁହୁଳୁଥିବା ଅସନ୍ତୋଷ ବି ଉଗ୍ର ରୂପ ନେବ । ଯାହାର ପରିଣାମ ସ୍ବରୂପ ବେଶୀଦିନ ତିଷ୍ଠିପାରିବନି ବିଜେଡି । ସରକାର ତ ସରକାର ଦଳ ବି ହୋଇଯାଇପାରେ ଇତିହାସ...
ଖାଲି ଏତିକି ନୁହେଁ ବରଂ ଏକଥା ବି କହିଛନ୍ତି ରୁବେନ୍ ବାନାର୍ଜୀ, ଯଦି ବିଜୁ ଜନତା ଦଳ ତାର ୨୦୧୯ ର ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହୁଏ ତାହାଲେ ପାଣ୍ଡିଆନ୍ ବନିବେ ସୁପର ହିରୋ। ନିଜକୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇ ପୂରା ଦଳ ଓ ସରକାରକୁ ନିୟନ୍ତ୍ରଣ କରିବେ ପାଣ୍ଡିଆନ୍। ତେବେ ଗ୍ରାଉଣ୍ଟର ସ୍ଥିତି କହୁଛି ତଳକୁ ନୁହେଁ ବହୁ ତଳକୁ ଖସିଯିବ ବିଜେଡି । ହେଲେ ଆଉ ସପ୍ତାହେ ପରେ ପୂରା କ୍ଲିୟର ହେବ ପାଣ୍ଡିଆନଙ୍କ ଭବିଷ୍ୟତ ।