ଏହି ଅବସରରେ "ପଦ୍ମଶ୍ରୀ ଦିଲିପ" ତିର୍କୀ ଉତ୍କଳିକାର ବ୍ରାଣ୍ଡ ଆମ୍ବାସଡର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯାହାକି ସାଉଦି ଆରବରେ ଥିବା ପ୍ରତେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଉତ୍କଳ ରତ୍ନରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଚଳଚ୍ଚିତ୍ର ନିର୍ମାତା ସ୍ନେହାସିଶ୍ ଦାସ, ଏବଂ ଏକ ଟଙ୍କିଆ ଡାକ୍ତର ଡ. ଶଙ୍କର ରାମ ଚନ୍ଦାନି । ବରିଷ୍ଠ ଉପଦେଷ୍ଟା ଅଜୟ କୁମାର ଦାସ ଏବଂ ଚିପ୍ କୋର୍ଡିନେଟର ଜୟନ୍ତ ମହାପାତ୍ରଙ୍କ ସ୍ଵାଗତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ସାଂସ୍କୃତିକ ସମ୍ପାଦକ ମୁସ୍ତାଫା ବାଗ ଏବଂ ବନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ କମେଡି ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଭାତ ଶତପଥିଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପତ୍ରିକା "ଉତ୍କଳିକା" ଉନ୍ମୋଚନ ହୋଇଥିଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର