ରୁଚିକା ମୃତ୍ୟ ମାମଲାରେ ବିବାଦକୁ ଆସିଥିଲେ ପାୱାରଫୁଲ ମନ୍ତ୍ରୀ ରାଜା ସ୍ବାଇଁ। ଝିଅର ନ୍ୟାୟ ପାଇଁ ଲଢେଇ କରୁଥିବା ମା କୁ ଲୋକେ ଲଗାଇ ରାଜାବାବୁ କରିଥିଲେ ଅସମ୍ମାନ। ଗରୁଡିଝାଟିଆ ସମବାୟ ଦୁର୍ନିତୀରେ ବି ଫସିଥିଲେ ରାଜାସ୍ବାଇଁ। ରାଜାଙ୍କୁ ଟିକେଟ ପରେ ଶୁଣନ୍ତୁ ରୁଚିକା ପରିବାର ଲୋକଙ୍କ ପ୍ରତିକ୍ରିୟା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଛନ୍ଦି ହୋଇଥିଲା ଭଟଲୀ ବିଧାୟକ ସୁଶାନ୍ତ ସିଂ॥ସୁଶାନ୍ତଙ୍କ ସମର୍ଥକ ଦିନ ଦୁଇ ପହରରେ ଥାନାରେ ପଶି ଲଙ୍କା କାଣ୍ଡ କଲେ। ପାୱାରଫୁଲ ବିଧାୟକଙ୍କ ପାୱାର ଆଗରେ ପୋଲିସ ପୁରା ନିଷ୍କ୍ରିୟ ହୋଇଗଲା। ସିସିଟିଭିରେ କଏଦ ହୋଇଥିବା ଚିତ୍ରରେ ଥିଲେ ଖୋଦ ସୁଶାନ୍ତ। ହେଲେ ନବୀନ କିନ୍ତୁ ସୁଶାନ୍ତୁ ଭରସା କରି ଟିକେଟ ଦେଲେ।
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ହତ୍ୟାକାଣ୍ଡ ଘଟଣାରେ ବିବାଦରେ ଆସିଥିଲେ ତତକାଳିନ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ । ସୌମ୍ୟଙ୍କ ପରିବାର ଆଣିଥିଲେ ସଂଙ୍ଗୀନ ଅଭିଯୋଗ। ହେଲେ ପୁଣି ଟିକେଟ ପାଇଲେ ବିକ୍ରମ। ନିଜ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାରେ ବିବାଦରେ ଥିଲେ ସଞ୍ଜୟ ଦାସ ବର୍ମା। ସେତେବେଳେ ଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ। ସଞ୍ଜୟଙ୍କ ନାଁରେ ପରିବାର ଲୋକ ଆଣିଥିଲେ ଅଭିଯୋଗ। ସେହିପରି ପରୀ ହତ୍ୟାକାଣ୍ଡ ଘଟଣାରେ ବି ବିବାଦକୁ ଆସିଥିଲେ ଅରୁଣ ସାହୁ। କାମାକ୍ଷାନଗରରେ ବିଜେଡି ନେତାଙ୍କ ସିରିଜ ମୃତ୍ୟୁ ପଛରେ ପ୍ରଫୁଲ୍ଲ ମଲ୍ଲିକ ନାଁରେ ଆସିଥିଲା ଅଭିଯୋଗ। ଧର୍ମଶାଳାରେ ମାମୁଁ ଭଣଜା ଘାଇ ସହ କଳାପଥର ଲୁଟ ଅଭିଯୋଗରେ ଛନ୍ଦି ହୋଇଥିଲେ ବିଧାୟକ ପ୍ରଣବ ବଳବନ୍ତ ରାୟ। ଟେଣ୍ଡର ଫିକ୍ସି ସହ ସମବାୟ କେଳେଙ୍କାରୀରେ ବି ଫସିଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ତେବେ ଏ ସମସ୍ତ ବଦନାମ ନେତାଙ୍କୁ ପୁଣି ଟିକେଟ ଦେଇଛନ୍ତି ନବୀନ।
ଅଧିକ ପଢନ୍ତୁ ଓଡ଼ିଶା ଖବର