ସେପଟେ ଜଙ୍ଗଲରେ ଚାଲିଥିବା ବେଧଡକ ବାଘ , ହାତୀ ଶିକାର ବନ ବିଭାଗର ଚିନ୍ତା ବଢ଼ାଇଛି । ଶିକାରୀଙ୍କୁ ଚିହ୍ନଟ କରିବାକୁ ଶିମିଳିପାଳ ଜଙ୍ଗଲରେ ଖଞ୍ଜା ଯାଇଛି । ଏଆଇ ଟେକ୍ନୋଲୋଜିର ଆଇ ଆର କ୍ୟାମେରା । ବିନା ଫ୍ଲାସ ରେ ଶିକାରୀ ର ଫଟୋ ଉଠାଉଛି ଏହି କ୍ୟାମେରା ।
ଆଗକୁ କୁଲଡିହା ସାତକୋଶିଆ ରେ ଆଇ ଆର କ୍ୟାମେରା ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ସାତକୋଶିଆ ପାଇଁ ସ୍ୱତନ୍ତ୍ର ଜେ ଟି ଏଫ ଗଠନ କରିବା ସହ ଶିକରୀ ଙ୍କ ଉପରେ ନଜର ପାଇଁ ଚନ୍ଦକା ରେ ତିଆରି କରାଯାଇଛି 7 ଟି ୱାଚ ଟାୱାର । ଖୁବ ଶୀଘ୍ର ଏକ୍ସ ଆର୍ମି ଫୋର୍ସ କୁ ଚନ୍ଦକା ରେ ନିୟୋଜିତ କରାଯିବ ।
ଚଳିତ ବର୍ଷ ଏନଟିସିଏସ ପ୍ରକାଶ କରିଥିବା ରିପୋର୍ଟ ରେ ୪ ବର୍ଷ ରେ ରାଜ୍ୟ ରେ ୧୯୨ କଲରାପତ୍ରିଆ ବାଘ ସଂଖ୍ୟା କମିଛି । ଶିକାରୀ ଙ୍କ ଜଙ୍ଗଲରେ ଅବାଧ ବିଚରଣ ରହୁଥିବା ବେଳେ ଶୀକରୀ ଗୁଳିରେ ବନ କର୍ମଚାରୀଙ୍କ ଜୀବନ ଯିବା ବିଭାଗୀୟ କର୍ମଚାରୀଙ୍କ ମନୋବଳ କୁ ଦୁର୍ବଳ କରିଛି । ତେବେ ଶିକରୀ ଦମନ ପାଇଁ ବନ ବିଭାଗ ନିୟୋଜିତ କରିଥିବା ଆର୍ମ ଫୋର୍ସ କେତେ ସଫଳ ହେଉଛି ତାହା ଉପରେ ନଜର ।
ଆହୁରି ପଢନ୍ତୁ ଓଡିଶା ଖବର...