ତାଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା କିନ୍ତୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ମାତ୍ର କଟକରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଭାଗ୍ୟର ବିଷୟ ସ୍ୱାମୀଙ୍କର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଶାନ୍ତିଲତା ଦାସ ସହ୍ୟ କରି ପାରିନଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତାଙ୍କର ମଧ୍ୟ ଘରେ ଥିବା ଅବସ୍ଥାରେ ହୃଦଘାତ ହୋଇଥିଲା ଓ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ମଧ୍ୟ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ସ୍ବାମୀ ସ୍ତ୍ରୀଙ୍କର ଶବକୁ ପୁରୁଣାବସନ୍ତ ଗ୍ରାମକୁ ନିଆଯାଇ ଉଭୟଙ୍କର ଅନ୍ତିମ ସତ୍କାର ପାଇଁ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଦୁଖଃଦାୟକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।