ତେବେ ଏଠି ପ୍ରଶ୍ନ କାହିଁକି ଧର୍ମଶାଳା ବିଡିଓ ଏହାକୁ ଲୁଚାଇଥିଲେ । ବିଡିଓଙ୍କ ବେଆଇନ ସିଲ୍ ଉପରେ ହେବ ତ କାର୍ଯ୍ୟାନୁଷ୍ଠାନ। ଅନ୍ୟପଟେ କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା ପୌରପାଳିକା ଜାଗାରେ ହୋଇଛି ଓ ତାହା ସି ଏସ ଆର ଫଣ୍ଡରୁ ନିର୍ମାଣ ହୋଇଛି କହିଛନ୍ତି ଜିଲ୍ଲାପାଳ । ସେପଟେ କୁସମା ଭିତରେ ଥିବା ଆଲିସାନ ବଙ୍ଗଳାରେ ଡିଲ୍ ସାଙ୍ଗକୁ ଅନୈତିକ କାମ ଚାଲିଥିବା ଅଭିଯୋଗ କରିଛନ୍ତି ଯାଜପୁରର ପୁର୍ବତନ ସାଂସଦ ଅଞ୍ଚଳ ଦାସ । ଇଡି ସିବିଆଇ ଏହାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି ।
ସେପଟେ ଆଉ ଜଣେ ବିଜେଡି ବିଧାୟକଙ୍କ ହୋଟେଲକୁ ନେଇ ଧୀରେ ଧୀରେ ତେଜିବାରେ ଲାଗିଛି ଅସନ୍ତୋଷ । ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଦ ହୋଟେଲକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: