ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି । ତେବେ ଗାଡ଼ିରେ କେହି ନ ଥିବାରୁ କାହାର କୌଣସି କ୍ଷତି ହୋଇନାହି । ଘଟଣାସ୍ଥଳରେ ସମ୍ବଲପୁର ରେଳ ବିଭାଗ କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କାମ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ଜମ୍ମୁତାୟି ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ହୋଇଛି। ସମ୍ବଲପୁର ଜଙ୍କସନରୁ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ଏହି ଅଘଟଣ ଘଟିଛି। ଜମ୍ମୁତାୟି ଏକ୍ସପ୍ରେସ ପାଣ୍ଟ୍ରିକାର ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି।
ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି । ତେବେ ଗାଡ଼ିରେ କେହି ନ ଥିବାରୁ କାହାର କୌଣସି କ୍ଷତି ହୋଇନାହି । ଘଟଣାସ୍ଥଳରେ ସମ୍ବଲପୁର ରେଳ ବିଭାଗ କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କାମ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ବାଲେଶ୍ବର: ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା । 50ରୁ ଅଧିକ ଗାଁ ଜଳବନ୍ଦୀ। ରାସ୍ତା ଉପରେ 4ଫୁଟର ପାଣି, ଯାତାୟାତ ବାଧାପ୍ରାପ୍ତ। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି 4ହଜାର 500 ବନ୍ୟା ବିପନ୍ନ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ। ସ୍ଥିତି ଉପରେ ତୀକ୍ଷିଣ ନଜର ରଖିଛି ଜିଲ୍ଲା ପ୍ରଶାସନ। ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ୪୫୦୦ଶହ ଲୋକଙ୍କୁ ଉଦ୍ଧlର କରି ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି l ଆଜି ୮ଟି ପଂଚାୟତ ରେ ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରହୁଥିବା ଲୋକଙ୍କୁ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଜଳ ବନ୍ଦୀରେ ରେ ଥିବା ଲୋକଙ୍କୁ ଚୁଡା ,ବିସ୍କୁଟ ,ଗୁଡ଼ ଓ ପାଣି ଯୋଗାଇ ଦିଆଯାଇଛି l ସ୍ଵାସ୍ଥ ବିଭାଗ ତରଫରୁ ଅସ୍ଥାୟୀ ଶିବିର କରି ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ଜଳ ବନ୍ଦୀ ପରିବାରକୁ ନୌକାରେ ଯାଇ ହେଲଜିନ ବଟିକା ,ଜ୍ବର ,ଝାଡା ବଟିକା ଏବଂ ORS ଯୋଗାଇଦେଉଛି ମେଡିକାଲ ଟିମ l ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ତିକ୍ଷଣ ନଜର ରଖିଛି ଜିଲ୍ଲା ପ୍ରଶାସନ l
ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ବାଲିଆପାଳ ବ୍ଲକର ଜଳାଣ୍ଣର୍ବ ଗାଁ ଗୁଡିକ ବୁଲି ଦେଖିଛନ୍ତି । ଲୋକ ମାନଙ୍କ ସହିତ ଆଲୋଚନା କରିଛନ୍ତି। ବାଲିଆପାଳ ବ୍ଲକ ପ୍ରଶାସନ ତରଫରୁ ୮ହଜାର ଲୋକଙ୍କୁ ଜଳବନ୍ଦୀ ଗାଁରୁ ଉଦ୍ଧାର କରାଯାଇଛି। ୯ଟି ସ୍ଥାନରେ ମୁକ୍ତ ରୋଷେଇ ଶାଳ ବ୍ୟବସ୍ତା କରାଯାଇଛି । ୪୧ଟି ବିଦ୍ୟାଳୟରେ ଲୋକଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଏବେ ଵି ଓଡ୍ରାଫ୍ ଟିମ୍ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି । ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି ଜିଲ୍ଲା ପ୍ରଶାସନ ତପ୍ତର ରହିଛି । ଅବଶ୍ୟକ ମାତ୍ରାରେ ଶୁଖିଲା ଖାଦ୍ୟ ଲୋକଙ୍କୁ ଦିଆଯାଇଛି । ସୁବର୍ଣ୍ଣରେଖା ଓ ବୁଡାବଳଙ୍ଗ ଓ ଜଳକାରେ ଜଳ ସ୍ତର କମୁଛି । ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: କାର୍ଯ୍ୟରେ ଯୋଗଦେବେ ପଶ୍ଚିମବଂଗର ଜୁନିୟର ଡାକ୍ତର । ଆଜିଠୁ ସେମାନେ ତାଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବେ । ଆସନ୍ତାକାଲିଠୁ ଜୁନିୟର ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଇ ରୋଗୀସେବା କରିବେ । ଅଗଷ୍ଟ ୯ ତାରିଖରେ ଆରଜିକର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ ।
ଏପରିକି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ କରିଥିଲେ । ଜୁନିୟର ଡାକ୍ତରମାନଙ୍କୁ ଆଲୋଚନା ପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ଡାକିଥିଲେ ମଧ୍ୟ ସେମାନେ ରାଜି ହୋଇ ନଥିଲେ । କିନ୍ତୁ ଦୁଇ ଦିନ ତଳେ ଜୁନିୟର ଡାକ୍ତରଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କର ଦାବି ପୂରଣ ପାଇଁ ପଶ୍ଚିମବଂଗ ସରକାର ରାଜି ହେବା ପରେ ବର୍ବୋରଚିତ କାଣ୍ଡର ୪୦ ଦିନ ପରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର