ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସ ଏକ୍ସପୋ ଓ କନଭେନସନ୍ ସେଣ୍ଟରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱର ସର୍ବବୃହତ ୫ଜି ଷ୍ଟାଣ୍ଡ-ଏଲୋନ (ଏସଏ) କୋର ନେଟୱାର୍କ ସ୍ଥାପନ କରିଥିବା ପଦକ୍ଷେପ ପାଇଁ ଜିଓ ପ୍ଲାଟଫର୍ମସ ଲିମିଟେଡ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ସ୍ୱଦେଶୀ ଭାବରେ ବିକଶିତ ଅଭିନବ ସମାଧାନ ଜରିଆରେ ବିଶ୍ୱରେ ଟେଲି ଯୋଗାଯୋଗ ଓ ସଂଚାର କ୍ଷେତ୍ରକୁ ଆଗକୁ ବଢାଇବାର ବୈଷୟିକ ଶକ୍ତି ଏବଂ ପ୍ରତିବଦ୍ଧତାର ପରିଚାୟକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହା ଜିଓ ପ୍ଲାଟଫର୍ମସ ଲିମିଟେଡର ରଣନୀତିକ ଦୂରଦୃଷ୍ଟି, ଇଞ୍ଜିନିୟରିଂ କ୍ଷମତା ଏବଂ ଡିଜିଟାଲ୍ ଦୃଶ୍ୟପଟ୍ଟର ରୂପାନ୍ତରଣ ତଥା ଟେଲିକମ ଶିଳ୍ପ ପାଇଁ ଉତ୍କର୍ଷର ନୂତନ ମାନକ ସୃଷ୍ଟି କରିବାରେ ନେତୃତ୍ୱ ସ୍ଥାନକୁ ପ୍ରତିଫଳିତ କରୁଛି ।