ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁଡୁତୁଲି ଠାରୁ ଡାମେରିକିଆ ପର୍ଯ୍ୟନ୍ତ (4.40 କିଲୋ ମିଟର ଦୂର) ଏକ ନମ୍ବର ରାଜ୍ୟ ରାଜପଥର ମୂଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ୧ କୋଟି ୭୯ ଲକ୍ଷ ୬୦ ହଜାର ଟଙ୍କାରେ ରାସ୍ତା ନିର୍ମାଣ ନିମନ୍ତେ ଠିକାଦାର ଶ୍ରୀମତୀ ଦେମନ୍ତି ଅଗ୍ରୱାଲ କାର୍ଯ୍ୟାଦେଶ ପାଇଥିଲେ ।
ଏହା ୧୯/୦୮/୨୦୨୧ ରେ ଆରମ୍ଭ ହୋଇ ୧୮/୦୨/୨୦୨୩ ରିଖରେ କାର୍ଯ୍ୟ ଶେଷ ହେବା କଥା । ଅବଧି ସରି ଦୀର୍ଘ ୧୭ ମାସ ବିତିଗଲେ ସୁଧା କାର୍ଯ୍ୟଟି ସଂପୂର୍ଣ୍ଣ ହୋଇପାରୁନାହିଁ । ଏହି ରାସ୍ତାଦେଇ, ପାଇବର ସାହି, ମାର ବାଲି, ଡାମେରିକିଆ ଓ ପ୍ରେମାକିଆର ଲୋକମାନେ ପଞ୍ଚାୟତରୁ ଚାଉଳ ଓ ଭତ୍ତା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟାତ କରନ୍ତି । ସେତୁକୁ ସଂଯୋଗୀକରଣ ରାସ୍ତାଟି ସାମାନ୍ୟ ବର୍ଷାରେ ଧୋଇ ହୋଇଯିବା ଯୋଗୁଁ ସ୍ଥାନୀୟ ଲୋକମାନେ ଗମନା ଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିଷୟରେ କନିଷ୍ଠ ଯନ୍ତ୍ରୀ ଧବଳେଶ୍ଵର ପାତ୍ରଙ୍କୁ ପଚାରିବାରୁ ବର୍ଷା ସରିଲେ କାମଟି ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...