ସରସ୍ବତୀ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ଦୁଇ ହାତ ଦୁଇ ଗୋଡ଼ ସହାୟତାରେ ଯାତାୟାତ କରିଥାନ୍ତି । ଭିକ୍ଷା ବୃତ୍ତି କରି ବିଜୟନଗର ଶାସନ ସାହିର ଗୋଚର ଜମିରେ ଦୀର୍ଘ 50ବର୍ଷ ହେବ ଚାଳ ଛପର ଘର କରି ସାନ ଭଉଣୀ ସୁମିତ୍ରାଙ୍କ ସହ ରହିଆସୁଛନ୍ତି । ତେବେ ତହସିଲଦାରଙ୍କ ନୋଟିସ ପରେ ସରସ୍ବତୀ ତହସିଲଦାରଙ୍କୁ ଭେଟି ଗୋଡ ଧଣି ନେହୁରା ହୋଇଥିଲେ । ମାତ୍ର ତହସିଲଦାର ତାଙ୍କ କଥା ନଶୁଣିବା ସହ ଦୁର୍ବ୍ୟବହାର କରି ତଡି ଦେଇଥିଲେ ।