ଆଠଗଡ଼ ନିର୍ବାଚନ ମଣ୍ଡଳୀର ବ୍ୟସ୍ତବହୁଳ ଶିଳ୍ପାଞ୍ଚଳ ଖୁଣ୍ଟୁଣୀ ତା ସହିତ ଖୁଣ୍ଟୁଣୀ ଦେଇ ୫୫ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏବେ ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଜାତୀୟ ରାଜମାର୍ଗ ବିଭାଗ ପକ୍ଷରୁ ଚାଲୁ ରହିଛି । ଏହି ରାସ୍ତା ପ୍ରଶସ୍ତିକରଣ ହେବା ଦ୍ବାରା ଖୁଣ୍ଟୁଣୀ ଅଞ୍ଚଳ ଫ୍ଲାଏଓଭର ବ୍ରିଜ ଦେଇ ଯାଉଥିବାରୁ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଖୁଣ୍ଟୁଣୀ ବାସିନ୍ଦାଙ୍କର ସମସ୍ତ ଯାନିଯାତ୍ରା ସହିତ ବଜାର ଘାଟ ଠାରୁ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ହୋଇଥାଏ କିନ୍ତୁ ଫ୍ଲାଏ ଓଭର ବ୍ରିଜ ହେବା ଦ୍ବାରା ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏଥିପାଇଁ ଖୁଣ୍ଟୁଣୀ ବାସିନ୍ଦା ଦୀର୍ଘ ଦୁଇବର୍ଷ ହେବ ସ୍ଥାନୀୟ ବିଧାୟକ ଙ୍କ ଠାରୁ ଆରମ୍ଭ କରି କଟକ ସାଂସଦଙ୍କୁ ମଧ୍ୟ ଜଣାଇଥିଲେ ତେବେ କୌଣସି ଫଳପ୍ରଦ ହୋଇନଥିଲା।
ଆଜି ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଖୁଣ୍ଟୁଣୀ ବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ପରେ ମନ୍ତ୍ରୀ ଖୁବଶୀଘ୍ର ଗଳାପୋଲ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ସ୍ଥାନୀୟ ଲୋକେ ଓ ବିଜେପି ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର