ଓଡିଆ ଅସ୍ମିତାର ରକ୍ଷା କରିବ କିଏ ? କୋଟିଆ ବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଗିଫ୍ଟ ଦିଆଯାଉଥିବା ଅଭିଯୋଗ ହେଉଛି । ଏହାକୁ ଗୁରୁତର ସହ ନେଇଛି ଉତ୍କଳ ସମ୍ମିଳନୀ ସଂଗଠନ । ନିର୍ବାଚନ ବେଳେ କୋଟିଆ ସୀମା ସିଲ କରିବାକୁ ସଂଗଠନର ଦାବି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କୋରାପୁଟ: ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ମାନୟମ୍ ଜିଲ୍ଲାର ସାଲୁର ନିର୍ବାଚନ ମଣ୍ଡଳୀରେ YSRCP ସାଲୁରୁ ବିଧାୟକ ପ୍ରାର୍ଥୀ ପିଡ଼ିକା ରାଜନ ଦୋରା ନାମାଙ୍କନ ବେଳେ କୋଟିଆ ବାସୀ ସାମିଲ ହୋଇଥିଲେ । ଆନ୍ଧ୍ର ପକ୍ଷରୁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ସାମିଲ କରାଯାଉଥିଲେ ମଧ୍ୟ ଓଡିଶା ସରକାର ଚୁପ ରହିଛନ୍ତି ।
ଓଡିଆ ଅସ୍ମିତାର ରକ୍ଷା କରିବ କିଏ ? କୋଟିଆ ବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଗିଫ୍ଟ ଦିଆଯାଉଥିବା ଅଭିଯୋଗ ହେଉଛି । ଏହାକୁ ଗୁରୁତର ସହ ନେଇଛି ଉତ୍କଳ ସମ୍ମିଳନୀ ସଂଗଠନ । ନିର୍ବାଚନ ବେଳେ କୋଟିଆ ସୀମା ସିଲ କରିବାକୁ ସଂଗଠନର ଦାବି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡା ଗଜପତିରେ ନିର୍ବାଚନୀ ପ୍ରଚାର କରିବେ । କୋରାପୁଟରେ ଜନସଭାକୁ ସମ୍ବୋଧିତ କରିବା ପରେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ସୀମାରେ ଥିବା କୋଟିଆକୁ ଭୁଲି ଯାଇଛନ୍ତି । ସୀମାରେ ଥିବା ଅଂଚଳ ପ୍ରତି ନାହିଁ ଦରଦ ।
ସେପଟେ ନବରଙ୍ଗପୁରରେ ନିର୍ବାଚନ ପ୍ରଚାର ପୂର୍ବରୁ ଇନ୍ଦ୍ରାବତୀ ସମସ୍ୟା ନେଇ ଜନସାଧାରଣ ଉଠାଇଛନ୍ତି ପ୍ରଶ୍ନ । ରାୟଗଡାରେ ଟିକିରିର ମୁସୁରିପଲ୍ଲାର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା କାର୍ଯ୍ୟକମ ରହିଛି। କିନ୍ତୁ ରାୟଗଡାରେ ଲକ୍ଷ୍ମୀ ମାଝି ପରିବାରକୁ ଏପର୍ଯ୍ୟନ୍ତ ମିଳିନି ନ୍ୟାୟ । ଗଜପତିରେ ମଧ୍ୟ ଅନେକ ସମସ୍ୟା ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅନେକ ପ୍ରସଙ୍ଗ ଉଠିପାରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୟୂରଭଞ୍ଜ: ନିର୍ବାଚନ ବେଳେ ଆଦର୍ଶ ଆଚରଣ ବିଧିକୁ ଫୁ। କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ? ନିୟମର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ମିଶନ ଶକ୍ତି କର୍ମକର୍ତ୍ତା, ଆଶା ଓ ଅଙ୍ଗନବାଡ଼ି କର୍ମୀ। ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା କାର୍ତ୍ତିକେୟନ ଏପରି କାର୍ଯ୍ୟ କରିବାକୁ ଦେଇଥିଲେ କି ନିର୍ଦ୍ଦେଶ ? ମୟୂରଭଞ୍ଜ ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଆଚରଣ ବିଧି ଉଲଂଘନ କରି ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି।
ମୋରଡ଼ା ବିଜେଡି ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍ଗୋଙ୍କ ପାଇଁ ସେ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏପରିକି ବିଷ୍ଣୁପ୍ରିୟା ଏକ ଭିଡିଓ ଜାରି କରି ମିଶନ ଶକ୍ତି ମହିଳାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିବା ଭିଡିଓ ଭାଇରାଲ ହେଉଛି । ଏଥିସହ ବିଜେଡି ବିଧାୟକ ରାଜକିଶୋର ଦାସ ଓ ତାଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ଶ୍ରୀମତୀ କାନୁନ୍ଗୋଙ୍କ ସହ ପ୍ରଚାର କରିଛନ୍ତି। ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର