ଉତ୍କଳ ଦିବସ ଅବସରରେ ପୂରା ରାଜ୍ୟ ପାଳୁଛି ଉତ୍ସବ । ଆଜିର ଦିନରେ ଓଡ଼ିଶାର ଜନ୍ମ ହୋଇଥିବାରୁ ପ୍ରତିଟି ଓଡ଼ିଆ ମନରେ ଆଜି ଖେଳିଯାଉଛି ଖୁସି । ପୁର ପଲ୍ଲୀ ଆଜି ଉତ୍ସବ ମୁଖର । ହେଲେ ରାଜ୍ୟର କେତେ ସ୍ଥାନରେ ସୀମାକୁ ନେଇ ପଡୋଶୀଙ୍କ ସହ କେଁ ରହିଛି । ସ୍ଥିତି ଏମିତି ହେଲାଣି କି, ସୀମାରେ ଜନସାଧାରଣମାନେ କେଉଁ ରାଜ୍ୟର ସେନେଇ ଦ୍ଵନ୍ଦ୍ଵରେ ଅଛନ୍ତି । ଏଇ ଯେମିକି କୋରାପୁଟର କୋଟିଆ ବାସିନ୍ଦାମାନେ । ଓଡ଼ିଶାର ଭୋଟର ହୋଇଥିବା ପରେ ବି ପଡୋଶୀ ଆନ୍ଧ୍ର ଆସି ସେମାନଙ୍କୁ ପ୍ରଲୋଭିତ କରୁଛି, ସରକାରୀ ସୁବିଧା ଯୋଗାଉଛି । ପ୍ରଶାସନ ଓ ସରକାର ସବୁ ଦେଖିବା ପରେ ଯେଉଁ ସମୟରେ ଚୁପ୍ ରହିଥିଲେ...ସେ ସମୟରେ ସୀମାରେ ସାହସର ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ଜବରଦସ୍ତ ପଶିଥିବା ଆନ୍ଧ୍ର ଅଧିକାରୀଙ୍କୁ ତଡିପାର କରିଥିଲେ ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଏ ଭିଡିଓ ଆଜିର ନୁହେଁ ବରଂ ଗତବର୍ଷର । ହେଲେ ଉତ୍କଳ ଦିବସ ପରି ଦିନରେ କୋଟିଆ ପରି ବିବାଦୀୟ ସ୍ଥାନକୁ ଯାଇ ଯେମିତି ଭାବରେ ନାରା ଦେଇଥିଲେ ତାହାକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ତାଙ୍କର ଭଲପାଇବା କେତେ ରହିଛି ? ମୋଟ୍ ଉପରେ,କୋଟିଆ ଆମର, କୋଟିଆ ଓଡ଼ିଆର । କୋଟିଆ ଏକ ଗାଁ ନୁହେଁ ବରଂ ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପରିଚୟ । ଗୋ ବ୍ୟାକ ଆନ୍ଧ୍ର.. ଗୋ ବ୍ୟାକ...ଏହି ନାରା ହିଁ ବେଶ୍ ଚର୍ଚ୍ଚିତ । ତେବେ ଆଜି ଉତ୍କଳ ଦିବସରେ ଧର୍ମେନ୍ଦ୍ରଙ୍କ ଏହି ନାରାକୁ ନେଇ ବେଶ୍ ଚର୍ଚ୍ଚା ।