୨୪ ବର୍ଷର ସ୍ଥିର ବିଜେଡି ଶାସନରେ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଟୋପେ ମଧ୍ୟ ପାଇପାରିଲେ ନାହିଁ ଗ୍ରାମବାସୀ । ଫଳରେ ଅନେକ ଅସୁବିଧାରେ କାଳାତିପାତ କରୁଥିବା ବେଳେ ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଯାହାକୁ ଗୁହାରି କଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି ।
ଗ୍ରାମରେ ପାନୀୟ ଜଳ ସାଜିଛି ପ୍ରମୁଖ ସମସ୍ୟା । ଗ୍ରାମରେ ଗୋଟିଏ ନଳକୂପ ରହିଥିବାବେଳେ ସେଥିରୁ ଫ୍ଲୋରଡ଼ ଯୁକ୍ତ ପାଣି ବାହାରୁଥିବାରୁ ବ୍ୟବହାର ଯୋଗୀ ହୋଇପାରୁନାହିଁ । ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅ ହିଁ ପାଲଟିଛି ଜୀବନ ବଂଚେଇବାର ମାଧ୍ୟମ । ଅନେକ ସମୟରେ କୂଅରୁ ବିଶୁଦ୍ଧ ପାନୀୟ ଜଳ ପିଇ ଲୋକଙ୍କ ଦେହ ଖରାପ ହେଉଥିବାବେଳେ ଅନ୍ୟ କୌଣସି ବ୍ୟବସ୍ଥା ନଥିବା କାରଣରୁ କୂଅରୁ ଦୂଷିତ ପାଣି ପିଇ ନିଜ ଜୀବନକୁ ମରଣ ମୁହଁକୁ ଠେଲିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ବର୍ତ୍ତମାନ ନୂତନ ସରକାର ତାଙ୍କ ସମସ୍ୟା ସମାଧାନ କରିପାରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।
ତେବେ ଦେଖିବାକୁ ବାକି ରହିଲା ବିଜାମଳିହା ଗ୍ରାମର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗେଇ ଦେବାରେ ସରକାର କେବେ ସଫଳ ହେଉଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...