- ପୂର୍ବରୁ ୪ ସ୍ଥାନରେ ହୋଇଥିଲା
- ଏବେ ଭଦ୍ରକରେ ହେଲା
ପୂର୍ବରୁ ରାଜ୍ୟରେ 4ଟି ସ୍ଥାନରେ ଉଦଘାଟନ ହୋଇ ସାରିଥିବାବେଳେ ପଞ୍ଚମ ସ୍ଥାନରେ ଭଦ୍ରକ ଜିଲ୍ଲା ଧାମନଗର ଠାରେ ଏହି ଦକ୍ଷତା ବିକାଶ କେନ୍ଦ୍ରକୁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଦକ୍ଷତା ବିକାଶ କେନ୍ଦ୍ରରେ 8 ରୁ 10 ପ୍ରକାରର ଶିକ୍ଷା ଓ ତାଲିମ ଦିଆଯିବ । ପ୍ରଥମ କରି ରିଟେଲ ଲେଦର ଶିକ୍ଷା ଦିଆଯିବ । କିପରି ଏଠାରୁ ତାଲିମ ନେଇ ଚାକିରି କରିପାରିବେ ସେନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୂର୍ଯ୍ୟବଂଶୀ ସୁରଜ।
ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ
କମ୍ ରେଜଗାର କରୁଥିବା ବ୍ୟକ୍ତି ଏହି କୌଶଳ ଦକ୍ଷତା ବିକାଶ କେନ୍ଦ୍ରରେ ଉପଯୁକ୍ତ ଶିକ୍ଷା ପାଇବା ପରେ ଅଧିକ ରୋଜଗାର କରିପାରିବେ । ଏଥିରେ ବିଶେଷ କରି ଯୁବପିଢ଼ିମାନେ କିପରି କୌଶଳ ମାଧ୍ୟମରେ ଶିକ୍ଷା ପାଇବା ସହ କୁଶଳ ହୋଇ ଆଗକୁ ବଢ଼ି ପାରିବେ ତାହା ମୂଳ ଲକ୍ଷ୍ୟ । ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଓ ସ୍ଥାନୀୟ ଯୁବ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀମାନେ।
ଢ଼େଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ର, ବାର୍ଷିକ 12 ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦିଆଯିବ ପ୍ରଶିକ୍ଷଣ
ଭାରତ ସରକାରଙ୍କ କୌଶଳ ଭାରତ, ବିକଶିତ ଭାରତ ଯୋଜନା ମାଧ୍ୟମରେ ସାରା ଦେଶରେ ଦକ୍ଷତା ବିକାଶ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରାଯାଉଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...