କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, କରଞ୍ଜିଆ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ, ବରିଷ୍ଠ ବିଧାୟକ ଅମର ଶତପଥୀ, ବରିଷ୍ଠ ନେତା ରବି ନନ୍ଦ, ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ବରିଷ୍ଠ ନେତା ମହେଶ ସାହୁ, ପଦ୍ମପୁର ବିଧାୟିକା ବର୍ଷା ବରିହା, କୁଚିଣ୍ଡା ବିଧାୟକ କିଶୋର ନାୟକ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କ ଭଳି ଅନେକ ହେଭିୱେଟଙ୍କ ହାର୍ଟବିଟ ବଢିବାରେ ଲାଗିଛି ।
ସେପଟେ ବି ଅକ୍ଷରର ଅଡୁଆ ଅଙ୍କ ଭିତରେ ଫସିଛି ବିଜେଡି । ବାଲିକୁଦା, ବେଗୁନିଆ, ବରି, ବଡ଼ଚଣାରେ ବିଗିଡିଲାଣି ବିଜେଡି ଗଣିତ । ବରି ନିର୍ବାଚନ ମଣ୍ଡଳୀରେ ଟିକେଟ କୁ ନେଇ ବର୍ତ୍ତମାନ ର ବିଧାୟିକା ସୁନନ୍ଦା ଦାସ ଏବଂ ବିଶ୍ୱ ମଲିକ ଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ବେଗୁନିଆରେ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଆମଦାନୀ ନେତା ପ୍ରଦୀପ ସାହୁ ଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଉଭୟ ତିନିଦିନ ତଳେ ନବୀନ ନିବାସ ଆସି ଧନ୍ୟବାଦ ଆଳରେ କରିଥିଲେ ଟିକେଟ ଲବି। ସେହିପରି ବଡ଼ଚଣାରେ ବର୍ତ୍ତମାନର ବିଧାୟକ ଅମର ପ୍ରସାଦ ଶତପଥୀ ଟିକେଟ ଲବି କରୁଥିବା ବେଳେ ଜନ୍ମେଜୟ ଲେଙ୍କା ବି ଲାଇନ ରେ ଅଛନ୍ତି।
ବାଲିକୁଦା ଏରସମାରେ ସୌମ୍ୟଜିତ ମହାପାତ୍ର ଏବଂ ସଞ୍ଜୀବ ବିଶ୍ୱାଳ ନବୀନ ନିବାସ ବାରମ୍ବାର ଆସି ଟିକେଟ ଲବି କରୁଥିବା ବେଳେ ଆଜି ବର୍ତ୍ତମାନ ର ବିଧାୟକ ରଘୁନନ୍ଦନ ଦାସ ଙ୍କ ଘରେ ସମର୍ଥକ ମାନେ ମେଳି ବାନ୍ଧିଛନ୍ତି । ତେବେ ଏ ନେଇ ବିଜେଡି ନେତା କହିଛନ୍ତି ବାକି ଥିବା ଟିକେଟ କୁ ନେଇ ଚାଲିଛି ବିଚାର ବିମର୍ଷ।ବର୍ତ୍ତମାନ ସୁଦ୍ଧା ଆହୁରି 30 ଟି ଆସନରେ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ ଅଙ୍କ କସୁ ଥିବା ବେଳେ ଆଶାୟୀ ଓ ଆମଦାନୀ ନେତା ସୁପ୍ରମୋଙ୍କ ଚିନ୍ତା ବଢ଼ାଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: