ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି । ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ବାବଲମ୍ବୀ କରିବା ସହ ସ୍ବାଭିମାନ ସହକାରେ ବଞ୍ଚିବାର ସ୍ବପ୍ନକୁ ସାକାର କରିବା ପାଇଁ କହିଛନ୍ତି ଧର୍ମେନ୍ଦ୍ର । ଏଥିସହ ଲୋକଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ହେବା ପାଇଁ ଧର୍ମେନ୍ଦ୍ର ଆହ୍ବାନ କରିଛନ୍ତି । ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଛନ୍ତି ଧର୍ମେନ୍ଦ୍ର । ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର