ଏବେ ଜନମତ ପରିବର୍ତ୍ତନ ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିଥିବାବେଳେ ଆଜି ଅର୍ପଣ ଚାଉଳ ଗାଡ଼ିରେ ଚାଲାଣ ହେଉଥିବାବେଳେ ଧରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ବିକ୍ରି ଉଦେଶ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହେଉଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରୁ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ଅର୍ପଣ କରିଥିବା ନଡିଆ, ଚାଉଳ, ଗୁଆ ସଂଗୃହିତ ହୋଇଥିଲା । ତେବେ ଏହା କଣ ହେବ ଏନେଇ ନାନା ପ୍ରଶ୍ନ ଉଠିବା ପରେ ଶେଷରେ ଅର୍ପଣ ଚାଉଳରୁ ଖେଚୁଡି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ଯାଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...