ଘର
ଓଡ଼ିଶା
ସୃଷ୍ଟି ହେଲା ଲଘୁଚାପ : ୨୪ରେ ନେବ ଅବପାତର ରୂପ
ସୃଷ୍ଟି ହେଲା ଲଘୁଚାପ : ୨୪ରେ ନେବ ଅବପାତର ରୂପ
by Ritu Das
ଅର୍ଗସ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫ ଟା ରେ ସୃଷ୍ଟି ହୋଇଛି ଲଘୁଚାପ । ଉତ୍ତର ପୂର୍ବ ଦିଗରେ ଗତି କରି ୨୪ତାରିଖରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ-ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଆହୁରି ତୀବ୍ର ହେବ। ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
୨୩ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବିଙ୍କୁ ଫେରି ଆସିବାକୁ କୁହାଯାଇଛି । ୨୫ ତାରିଖରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଝଡ଼ ପବନ ହେବାସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବ ପବନ । ସେପଟେ ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି। ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର