ଅର୍ଗସ ବ୍ୟୁରୋ: ବଦଳିଲେ ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି । ଭିଜିଲାନ୍ସ ତଦନ୍ତ ମାମଲାରେ ଛନ୍ଦି ହୋଇଥିଲେ ନିହାର। ନିହାରଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଡିଜିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ କୋଚିଂ। ନିଟ ଓ ଜେଇଇ ଆଶାୟୀଙ୍କୁ ଅନଲାଇନ ମାଧ୍ୟମରେ କୋଚିଂ ଦେବା ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ମାର୍ଟ ଟିଭି ସହ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ପାଇଁ ନେଉଛନ୍ତି ଅନେକ ଗୁଡ଼ିଏ ପଦକ୍ଷେପ। ତେବେ ନିଟ ଓ ଜେଇଇ ପାଇଁ ଅଧ୍ୟୟନ କରୁଥିବା ଆଶାକର୍ମୀଙ୍କୁ ସପ୍ଲିମେଣ୍ଟାରୀ ଭାବରେ ଅନଲାଇନ କୋଚିଂ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଏହି ମାଗଣା କୋଚିଂ ।
ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେଉଁ ଅଞ୍ଚଳରେ ଛାତ୍ରଛାତ୍ରୀ ମାଟ୍ରିକ ପରେ ପାଠ ପଢୁନଥିଲେ ସେମାନେ ଆଜି ଆଗକୁ ଆସୁଛନ୍ତି ପାଠ ପଢିବା ପାଇଁ। ଯାହା କୁ ନେଇ ରାଜ୍ୟ ସରକାର ସ୍କୁଲ ଦଶମ ପରେ ଦ୍ୱାଦଶ ଯାଏଁ ଅପଗ୍ରେଡ କରିଛନ୍ତି। ଯାହା ସ୍କୁଲ ରେ ପିଲାଙ୍କର ସଫଳତାକୁ ଆଣିବାକୁ ରାଜ୍ୟ ସରକାର ଏନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ପ୍ରତି ବର୍ଷ ଦଶମ ଶ୍ରେଣୀ ପରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତି ହୋଇଛି। ଏହା ସହ ଡ୍ରପ୍ଆଉଟ୍ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଯାହା ଡ୍ରପ ଆଉଟ୍ ଛାତ୍ର ଛାତ୍ରୀ ମାନଂକୁ ଚିହ୍ନଟ କରି ସିଟିଟିସି ରେ ଟ୍ରେନିଂ ଦେବା ପାଇଁ ମଧ୍ୟ ଯୋଜନା କରାଯାଇଛି। ଯାହା ଡ୍ରପ୍ଆଉଟ୍ ଛାତ୍ର ଛାତ୍ରୀ ମାନେ ନିଜେ ଟ୍ରେନିଂ ଶିଖିବା ସହ ନିଜେ ଯେଭଳି ଭାବରେ କୁଶଳୀ ହୋଇପାରିବେ। ସେନେଇ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ମଧ୍ୟ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଳାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ ବଡ଼ ସଫଳତା ହାସଲ ମିଳିଛି। ଶାନ୍ତି ପାଇଁ ଐତିହାସିକ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ ସରକାର ଏବଂ ମଣିପୁର ସରକାର ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ତଥା ସର୍ବପୁରାତନ ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି ।
The peace agreement signed today with the UNLF by the Government of India and the Government of Manipur marks the end of a six-decade-long armed movement.
It is a landmark achievement in realising PM @narendramodi Ji's vision of all-inclusive development and providing a better… pic.twitter.com/P2TUyfNqq1 — Amit Shah (@AmitShah) November 29, 2023
ଏହି ଚୁକ୍ତି ସମ୍ପୂର୍ଣ୍ଣ ଉତ୍ତର ପୂର୍ବ ଭାରତ ଏବଂ ବିଶେଷ କରି ମଣିପୁରରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିବାକୁ ମାର୍ଗ ପ୍ରଶସ୍ତ କରିବ।
ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ ଉତ୍ତର-ପୂର୍ବ ଭାରତର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ପ୍ରଦାନ କରିବାର ସ୍ବପ୍ନକୁ ସାକାର କରିବାରେ ଏହା ଏକ ଐତିହାସିକ ସଫଳତା । ଗୃହମନ୍ତ୍ରୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ୟୁଏନଏଲଏଫକୁ ସ୍ବାଗତ କରିବା ସହ ଶାନ୍ତି ଓ ପ୍ରଗତି ପଥରେ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ଘାଟୀ ସ୍ଥିତ ମଣିପୁରୀ ସଶସ୍ତ୍ର ଗୋଷ୍ଠୀ ହିଂସା ତ୍ୟାଗ କରି ଭାରତର ସମ୍ବିଧାନ ଓ ଦେଶର ଆଇନକୁ ସମ୍ମାନ ଜଣାଇ ମୁଖ୍ୟସ୍ରୋତକୁ ଫେରିବାକୁ ରାଜି ହୋଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ । ରାଉରକେଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ । ଯେଉଠି ରାଉରକେଲା କେନ୍ଦ୍ରୀୟ ବିଦ୍ୟାଳୟ ସହ ଏନ୍ ଆଇ ଟି ରାଉରକେଲାରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।
ଏହାପରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ଶୁଣିବେ । ପରେ ଅପରାହ୍ନରେ ବଣାଇଗଡ଼ରେ ବଣାଇଗଡ଼ କଲେଜ୍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର