ସୂଚନା ଅନୁଯାୟୀ ପାଠ ପଢା ପାଇଁ ବିଶ୍ଵଜିତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏକ ଘରୋଇ ହଷ୍ଟେଲରେ ରହି ଆସୁଥିଲା । ତେବେ ହଟାତ ଝିଅଟିର ଦେହ ଗୁରୁତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିବା ବେଳେ ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଝିଅଟିର ଦେହରେ ବିଭିନ୍ନ ଚିହ୍ନ ରହିଥିବା ପରିବାର ଲୋକେ ଦେଖିବା ସହ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏହାର ଉଚିତ ତଦନ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି । ଏହାସହ ମୃତ ନାବାଳିକା ଜଣଙ୍କ ପୂର୍ବରୁ ମଧ୍ୟ ହଷ୍ଟେଲରେ ବିଭିନ୍ନ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିବା ସହ ଆଉ ହଷ୍ଟେଲକୁ ଯିବି ନାହିଁ ବୋଲି କହିଥିଲେ । ମୃତ ନାବାଳିକାର ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ହଷ୍ଟେଲ କର୍ତ୍ତୁପକ୍ଷ କିନ୍ତୁ ଝିଅଟି ଆତ୍ମହତ୍ୟା କରିଥିବା କହିଛନ୍ତି । ତେବେ ନ୍ୟାୟ ଦାବିରେ ଆଜି ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ସହ ଉକ୍ତ ବେସରକାରୀ ହଷ୍ଟେଲ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ସହ ଧାରଣା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।