ଅର୍ଗସ ବ୍ୟୁରୋ : ଲଗାଇ କି ମାରି ଦେଲେ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ଚାରା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନ ପୁର ପଞ୍ଚାୟତ ପଦ୍ମ ପୋଖରୀ ଗାଁରେ ଥିବା ଡିଗି ପୋଖରୀ ହୁଡ଼ାରେ ଲାଗିଥିବା ଲାକ୍ଷ୍ୟ ଲାକ୍ଷ୍ୟ ଟଙ୍କାର ଆମ୍ବ ଚାରା ଏବେ କୁଆଡେ଼ ଗଲା ତାହାକୁ ନନେଇ ଏବେ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି । ସୂଚନା ଅଧିକାର ଆଇନ ଅନୁଯାୟୀ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୧୩ ଲାକ୍ଷ୍ୟ ଟଙ୍କାର ଆମ୍ବ ଚାରା ରୋପଣ କରାଯାଇଥିବା ବେଳେ ପୋଖରୀ ହୁଡ଼ାରେ ଏବେ ଗୋଟିଏ ବି ଆମ୍ବ ଗଛ ନାହିଁ ।
ସ୍ଥାନୀୟ ବାସିନ୍ଦା କହିଛନ୍ତି, ପାଖରେ ଥିବା ଗୋଚର ଜମି ଓ ଜଙ୍ଗଲ ଜମିରେ ପ୍ରକ୍ ନିର୍ମାଣ କରାଯାଇଥିବା ବେଳେ, ଆମ୍ବ ଚାରା ରୋପଣ କରାଯାଇଥିବା ସ୍ଥାନରୁ JCB ସାହାଯ୍ୟରେ ମାଟି ତାଡି ନିର୍ମାଣ ହେଇଥିବା ପାର୍କ ମାଟି ପକା ଯାଇଥିବା ବେଳେ ସବୁ ତକ ଆମ୍ବ ଚାରା ମାଟି ସହ ଉପାଡ଼ି ପାର୍କରେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ସେପଟେ ଜଙ୍ଗଲ ଜମି ଓ ଗୋଚର ଜମିରେ ପାର୍କ ନିର୍ମାଣ ହେଇଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ