ଏହି କ୍ରମରେ ୨୦୧୪ ମସିହାରୁ ରାଜ୍ୟର ପ୍ରତି ପଂଚାୟତରେ ଏହିଭଳି ଭାବେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଉଛି । ହେଲେ ଏହି ଏଲଇଡି ଲାଇଟ୍ ଲଗାଇବା ପାଇଁ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାରେ ଯନ୍ତ୍ରାଂଶ ନଲଗାଇ ପ୍ରାୟ ୨୬୬ କୋଟି ୫୩ ଲକ୍ଷ, ମରାମତି ନକରି ୧୯ କୋଟି ୫୧ ଲକ୍ଷ ୨୩ ହଜାର ୬୮୦ ଟଙ୍କା ଏବଂ ଏନର୍ଜି ମିଟର ନ ଲଗାଇବା କାରଣ ଅଧିକ ବିଲ୍ ବାବଦରେ ୧୬୩ କୋଟି ୫ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି । ଅର୍ଥାତ ଏହି ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାରେ ରାଜ୍ୟରେ ମୋଟ ଦୁର୍ନୀତିର ପରିମାଣ ହେଉଛି ୪୫୦ କୋଟି ଟଙ୍କା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: