ଗତକାଲି ନାଇଟ-ସୋ ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ। ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବାପରେ ଛାତରୁ ଡେଇଁ ପଡିଥିବା ସୂଚନା। ତେବେ ପ୍ରକୃତ ଘଟଣା କଣ ରହିଛି ତାହା ଜଣାପଡିନାହିଁ। ଏଘଟଣାରେ ପୋଲିସ ତାର ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଛାତରୁ ଡେଇଁ ଡାକ୍ତରୀ ଛାତ୍ର ମୃତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ହଷ୍ଟେଲ ଛାତ ଉପରୁ ଡେଇଁ ପଡିଲେ ଡାକ୍ତରୀ ଛାତ୍ର। ଗତକାଲି ବିଳମ୍ବିତ ରାତିରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଫକୀରମୋହନ ସରକାରୀ ମେଡିକାଲ କଲେଜ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ହିତେଷ୍ଣୁ ଦାସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ଗତକାଲି ନାଇଟ-ସୋ ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ। ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବାପରେ ଛାତରୁ ଡେଇଁ ପଡିଥିବା ସୂଚନା। ତେବେ ପ୍ରକୃତ ଘଟଣା କଣ ରହିଛି ତାହା ଜଣାପଡିନାହିଁ। ଏଘଟଣାରେ ପୋଲିସ ତାର ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
କଟକ: କଟକ ଏସସିବି ମେଡିକାଲରେ ଆହତ ମାନଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିଅ ଏସସିବି ମେଡ଼ିକାଲ ପହଞ୍ଚି ଆହତ ମାନଙ୍କୁ ଭେଟିଲେ । ପ୍ରଥମେ ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ।
ଏହା ପୂର୍ବରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କୁ ଭେଟିଛନ୍ତି 2 କେନ୍ଦ୍ରମନ୍ତ୍ରୀ। ମୁଖ୍ୟ ଚିକିତ୍ସାଳୟରେ ବର୍ତମାନ 37 ଜଣ ଆହତ ହୋଇଥିବା ଲୋକମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଶିକ୍ଷା, ଦକ୍ଷତା ଓ ଉଦମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ।
ଅଧିକ ପଢନ୍ତୁ ବାଲେଶ୍ବର ଟ୍ରେନ ଟ୍ରାଜେଡି: ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା। ଏହି ଦୁର୍ଘଟଣା ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇ ବିଭିନ୍ନ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଧିନ ଅଛନ୍ତି l ଆହତ ମାନଙ୍କ ନିମନ୍ତେ ରକ୍ତର ଆବଶ୍ୟକତା ଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଭୁଇଁପୁର ପଞ୍ଚାୟତରେ ସରପଞ୍ଚ ରେସ୍ମାରାଣୀ ମଲ୍ଲିକଙ୍କ ଉଦ୍ୟମରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହି ରକ୍ତଦାନ ଶିବିରରେ ସ୍ୱେଛାକୃତ ଭାବେ ଯୁବକ, ମହିଳା ମାନେ ରକ୍ତଦାନ କରିବାକୁ ଶିବିରକୁ ଆସୁଥିବା ଦେଖିବାକୁ ମିଳିଥିଲାl ବିଭିନ୍ନ ସ୍ଥାନରେ ଯୁବକ ହୁଅନ୍ତୁ ଅବା ଯୁବତୀ ରକ୍ତଦାନ ପାଇଁ ଆଗକୁ ଆସୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ପାଇଁ ୨୪୦ ୟୁନିଟ ବ୍ଲଡ ସଂଗ୍ରହ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଏକାଠି ହେଲେ ସାଧାରଣ ଲୋକଙ୍କ ସହ ଅନେକ ନାମୀ ଦାମୀ କଳାକାର।
ଆହତ ଯାତ୍ରୀଙ୍କ ଅବସ୍ଥାରେ ସୁଧାର ଆଣିବାକୁ ହେଲେ ରକ୍ତର ଆବଶ୍ୟକତା ରହିଛି ତେଣୁ ଆଜି ରେଡ କ୍ରସ ଭବନରେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ। କହିଛନ୍ତି ଏହି ଟ୍ରେନ ଦୁର୍ଘଟଣା ତାଙ୍କୁ ବ୍ୟଥିତ କରିଛି ସମସ୍ତେ ସ୍ଵଇଛାରେ ରକ୍ତ ଦେବାକୁ ଆଗେଇ ଆସିବା ଦରକାର।
ଅଧିକ ପଢନ୍ତୁ :ଏମ୍ସ ଆସି ସମ୍ପର୍କୀୟ ମାନେ ଫଟୋ ଦେଖାଇ ଶବ ନେଇ ପାରିବେ