ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକମାନଙ୍କ ଭିଡ ଲାଗିଥିବାବେଳେ ଅନେକ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୂଜା କରୁଥିବା ଆମ୍ବ ଗଛରୁ କ୍ଷୀର ବୋହିବାବେଳେ ଏହାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଛି ।
କେହି କେହି ଏହାକୁ ମହାପ୍ରଭୁଙ୍କ ମାହାତ୍ମ୍ୟ ବୋଲି କହୁଥିବାବେଳେ କେହି କେହି ଚମତ୍କାର ବୋଲି କହୁଛନ୍ତି । ସେହିଭଳି ଗଛରୁ ବାହାରୁଥିବା ଏହି କ୍ଷୀରର ବାସ୍ନା ଚନ୍ଦନ କର୍ପୁର ଭଳି ହେଉଥିବା କହିଛନ୍ତି ଗ୍ରାମବାସୀ । ମା' ଯୋଗମାୟାଙ୍କ କୃପାରୁ ଏଭଳି ଆଲୌକିକ ଘଟଣା ଘଟୁଥିବାବେଳେ ଗଛକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...