ଗଞ୍ଜାମ ଜଳେଶ୍ବରଖଣ୍ଡିରେ ଗୋପାଳଙ୍କ ଘରେ ପରିବାର ସଦସ୍ୟଙ୍କୁ ଜେରା ପରେ ଗୋପାଳଙ୍କ ବଡ ଭାଇ ସତ୍ୟନାରାୟଣଙ୍କୁ କେଉଁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି କ୍ରାଇମବ୍ରାଞ୍ଚ ଟିମ୍ । ସକାଳେ ବନ୍ଦ ଘରେ ପରିବାରର ସମସ୍ତ ସଦସ୍ୟଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।
ସେପଟେ ଏହି ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ଗୋଟିଏ ପଟେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଥିଲା ବେଳେ ଅନ୍ୟପଟେ ବନ୍ଧୁକକୁ ନେଇ ନେଇ ସସପେନ୍ସ । ଅଭିଯୁକ୍ତ ଗୋପାଳଙ୍କୁ 2013 ମସିହାରେ ପିସ୍ତଲ ଇସ୍ୟୁ ହୋଇଥିଲା । 9mm ପିସ୍ତଲ ସହ 24ରାଉଣ୍ଡ ଗୁଳି ଦିଆଯାଇଥିଲା । ପୂର୍ବତନ ପୋଲିସ ଅଧିକାରୀଙ୍କ ମତରେ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ଲୋକେ ଏଭଳି କରିବା ବିଶ୍ବାସଯୋଗ୍ୟ ନୁହେଁ ।
ଗୃହ ବିଭାଗ ନିୟମ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ବା ଅନ୍ୟ କୌଣସି ମନ୍ତ୍ରୀଙ୍କ ଗସ୍ତ ବେଳେ ୟେଲୋ ବୁକ ଅନୁସାରେ ଏସଓ଼ପି ଜାରି ହୁଏ । ମନ୍ତ୍ରୀଙ୍କ ପିଏସ, ଜିଲ୍ଲାପାଳ, ଏସପିଓ଼, ଡିଜିଙ୍କୁ ମନ୍ତ୍ରୀଙ୍କ ଗସ୍ତ ବିଷୟରେ ଅବଗତ କରନ୍ତି । କିନ୍ତୁ ନବଙ୍କ ଗସ୍ତ ବେଳେ ଏହି ଏସଓ଼ପି ପାଳନ ହୋଇଥିଲା କି ? କାହିଁକି ନବ ଦାସଙ୍କୁ ହତ୍ୟା କଲେ ଏଏସଆଇ ଗୋପାଳ ଦାସ ? ହତ୍ୟା ପଛରେ କାରଣ କଣ ?