ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କେନ୍ଦୁଝର ଗସ୍ତ । ଜିଲ୍ଲାରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଅଧିନ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ମନ୍ତ୍ରୀ । ଜିଲ୍ଲାରେ ଆଗାମୀ ୨୫ ବର୍ଷକୁ ଆଖି ଆଗରେ ରଖି ରାସ୍ତା, ଡ୍ରେନ ଆଦି ବିକାଶ ଉପରେ ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏହାପରେ ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ସାରସ୍ଵତ ସମାରୋହ ଓ ଜାତୀୟ ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ । ଧରଣୀଧର ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝରର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ମଧ୍ୟ ସମିଲ ହୋଇଥିଲେ । କାର୍ୟ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କୃତ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶ ଚନ୍ଦ୍ର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ରମେଶ ଚନ୍ଦ୍ରଙ୍କ ୮ଟି ଜାଗାରେ ଚଢ଼ାଉ କରୁଛି ଭିଜିଲାନ୍ସ । ରମେଶ ଚନ୍ଦ୍ରଙ୍କ ଭୁବନେଶ୍ବର, ପୁରୀ ଓ ଖୋର୍ଦ୍ଧାର ସହ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ପଂଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ରମେଶ ଚରଣ ଜେନା ଙ୍କ ଗୋଠ ପାଟଣା ଘରେ ଚାଲିଛି ରେଡ । ତାଙ୍କ ଉପସ୍ଥିତିରେ ରେଡ କରୁଛି ଭିଜିଲାନ୍ସ । ଘରୁ ସୁନା ଅଳଙ୍କାର, ଓ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ବିଭିନ୍ନ ଦରକାରୀ କାଗଜ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ବିଶ୍ୱାସ ରେ ଭଗବାନ। ଖାଇବା ପରଟାରେ ପ୍ରଭୁ ଜଗନ୍ନାଥ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି ସହିତ ମୟୁର ଚୁଳିଆ ଜଟ । ସତେ ଯେମିତି ଜଗତର ନାଥ ଜଗନ୍ନାଥ ପରଟାରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସହରର ଖନ୍ଦାଢିପ ସାହିର ଚିରସ୍ମିତା ସ୍ୱାଇଁ ଙ୍କ ଘରେ। ଆଜି ସକାଳେ ଚିରସ୍ମିତା ସ୍ୱାଇଁ ନିଜର ପରିବାର ଙ୍କ ପାଇଁ ପରଟା କରିଥିଲେ ,ପରଟା ପରିବାର ଲୋକଙ୍କୁ ଖାଇବାକୁ ଦେଲା ପରେ ସେ ନିଜେ ଖାଉଥିଲେ ,ଗୋଟିଏ ପରଟା ଖାଇବା ପରେ ଏହି ସମୟରେ ସେ ପରଟା ରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି।
ଏହା ପରେ ସାରା ପରିବାର ଲୋକ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପୂଜକ ଙ୍କୁ ଖବର ଦେଇଥିଲେ ପରେ ଠାକୁର ଘରେ ପରଟାକୁ ରଖି ପୂଜାର୍ଚ୍ଚନା କରିଥିଲେ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହୁଳ ସାରା ପରିବର। ଘରେ ଆଧ୍ୟାତ୍ମିକ ପରିବେଶ। ଘରେ ଏବେ ପୂଜାର ମାହୋଲ, ଘରକୁ ଆସୁଛନ୍ତି ଭକ୍ତ ମାନେ ଦର୍ଶନ କରିବାକୁ I
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ । ସାଲେପୁର ରଟିଲୋ ଏସ ଡି ପି ଓ ଙ୍କ ନେତୃତ୍ଵ ରେ ପୋଲିସ ଅଧିକାରି ମାନଙ୍କ ସହ ଚଢାଉ ହୋଇଥିଲା । ସୂଚନା ମୁତାବକ କୌଣସି ସୂତ୍ର ରୁ ସୂଚନା ପାଈ ଆଜି ସକାଳୁ ସାଲେପୁର ଡି ଏସ ପି ଙ୍କ ନେତୃତ୍ବରେ ଦୁଇଟି ଥାନା ର ଅଧିକାରୀ ସମେତ ପୋଲିସ କର୍ମଚରି ମାନଙ୍କ ଉପସ୍ଥିତିରେ କିଶନ ନଗର ଥାନା ଅଧୀନ ରଟିଲୋ ହରିପୁର ଗାଁ ରେ ଏକ ବ୍ୟବସାୟ ଉଦ୍ଦେଶ୍ୟ ରେ ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ ହୋଇଛି। ଯେଉଁଠି ୨୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଦୁ ଟଙ୍କା ର ବେଆଇନ୍ ବାଣ ମହଜୁଦ ରହିଥିଲା ତାହାକୁ ଜବତ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...