ଭୁବନେଶ୍ୱର: ଓଡିଶାରେ ଇସ୍ପାତ୍ ସମେତ ଅନେକ ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ରାଷ୍ଟ୍ର ହେବ ବୋଲି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ସେଲର ମିତଲର ଇଏସଏସଆର ପ୍ଲାଂଟକୁ ନେବା ପରେ ନିପନ ଷ୍ଟିଲ୍ ଏଥିରେ ବଡ ସହଯୋଗୀ ହୋଇଛି । ଏହାସହ ଜାପାନର ଇସ୍ପାତ୍ କମ୍ପାନୀ ଜେଏଫଇ ଜେଏସଡବ୍ଲୁ ସହ ସହଭାଗୀ ହୋଇଛି । ଓଡିଶାର ଇସ୍ପାତ୍ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ୍ କମ୍ପାନୀ ଜେଏଫ୍ଇ ଏବଂ ନିପନ ବଡ ପୁଞ୍ଜିନିବେଶ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ । ଏହାସହ ଏହି ମିଶନରେ ଓଡିଶାର କଳିଙ୍ଗ ନଗରର ବିକାଶ କରାଯାଇପାରିବ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ୍ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ଗଢିତୋଳିବା ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଇସ୍ପାତ୍ ଉତ୍ପାଦନକୁ ୧୪୦ ଏମଟିରୁ ୩୦୦ ଏମଟି କରାଯିବ । ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରୁ ଓଡିଶାରୁ ସିଂହ ଭାଗ ଇସ୍ପାତ୍ ଇତ୍ପାଦନ ହେବ । କେବଳ ଇସ୍ପାତ୍ ଉତ୍ପାଦନ ନୁହେଁ ଇସ୍ପାତ୍ ସହ ଜଡିତ ଶିଳ୍ପର ସଂପ୍ରସାରଣ ଓଡିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହ ରୋଜଗାର ବଢିବ । ଏଥିପାଇଁ ଜାପାନକୁ ଏକ ସହଯୋଗୀ ପାର୍ଟନର ଭାବେ ନେବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଆଲୋଚନାରେ ଓଡିଶାରେ ଥିବା ବିଭିନ୍ନ ସୁବିଧାର ବିସ୍ତୁତ ବିବରଣୀ ଜାପାନର ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯାଇଛି । କେବଳ ପର୍ଯ୍ୟଟନ, ଇସ୍ପାତ୍ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ, ପେଟ୍ରୋକେମିକାଲ କ୍ଷେତ୍ରରେ ବ୍ୟାପକ ଆଲୋଚନା କରି ଜାପାନ ଓ ଭାରତ ସରକାରଙ୍କ ସହଯୋଗରେ ଓଡିଶାର ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି । ଏହାବ୍ୟତିତ ବର୍ଷ ୨୦୨୦ ମେକ୍ ଇନ୍ ଓଡିଶା କନକ୍ଲେଭରେ ଜାପାନ ପାର୍ଟନର ହେବା ନେଇ ଅନୁରୋଧ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଆଜିର ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । 3 ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ମୌଙ୍ଗି ଜି.ବାୱେଣ୍ଡି, ଲୁଇସ୍ ଇ.ବ୍ରୁସ୍ ଙ୍କୁ ମିଳିଛି ନୋବେଲ ପୁରସ୍କାର । ଆଲେକ୍ସି ଏଲ୍ . ଏକିମୋଭ୍ ପାଇବେ ନୋବେଲ ପୁରସ୍କାର ।
ପୂର୍ବରୁ ଗତ 2 ତାରିଖରେ ମେଡିସିନ ଓ 3 ତାରିଖରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।
ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷ ତିନି ଜଣ ପଦାର୍ଥ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ୍ ପୁରସ୍କାର-୨୦୨୩। ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନ ପାଇଁ ପାଇବେ ସମ୍ମାନଜନକ ନୋବେଲ୍ । ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...
ଦେଶରେ ହ୍ରାସ ପାଇଛି ବେକାରୀ ସମସ୍ୟା . ପୂର୍ବ ରିପୋର୍ଟ ଅନୁଯାୟୀ ମାତ୍ର ବର୍ଷକରେ ଭାରତରେ ବେଶ ହ୍ରାସ ପାଇଛି ବେକାରୀ ସମସ୍ୟା. ସିଏମଆଇଇ ବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିରେ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି. ଗତ ଅଗଷ୍ଟରେ ଏହା ୮.୧୦ % ଥିଲା , ଯାହା ସେପ୍ଟେମ୍ବରରେ ୭.୦୯ %କୁ ଖସି ଆସିଛି . ତେବେ ଯଦି ଦେଖାଯାଏ ତେବେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ବେକାରୀ ସମସ୍ୟା ହ୍ରାସ ପାଇଛି. ଦୁର୍ବଳ ମୌସୁମୀ ବର୍ଷା ସତ୍ତ୍ବେ ଗ୍ରାମୀଣ କ୍ଷେତ୍ରରେ ବେକାରୀ ହାର କମ୍ ହୋଇଛି.
ତେବେ ସହରାଞ୍ଚଳରେ ଅଗଷ୍ଟରେ ୧୦.୦୯ % ତୁଳନାରେ ସେପ୍ଟେମ୍ବରରେ ୮.୯୪ % କୁ ଖସି ଆସିଛି. ଅନ୍ୟପକ୍ଷରେ ଗ୍ରାମୀଣ ବେକାରୀ ହାର ୭.୧୧% ରୁ ଖସି ୬.୨୦ % ହ୍ରାସ ପାଇଛି. ଭାରତରେ ପାର୍ବଣ ରତୁ ପୂର୍ବରୁ ସହରୀ ବେକାରୀ ହାରରେ ହ୍ରାସ ଦେଖିବାକୁ ମିଳିଛି.
ଅଧିକ ପଢନ୍ତୁ ଭାରତ ଖବର
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିଯୁକ୍ତି ଅଭିଯାନ ଜରିଆରେ ଦେଶର ବେକାରୀ ହାରରେ ହ୍ରାସ ଘଟିଥିବା ସିଏମଆଇଇ ଏହାର ରିପୋର୍ଟରେ ଉଲ୍ଲେଖ କରିଛି. ଗତମାସ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନିଯୁକ୍ତି ଅଭିଯାନ ରୋଜଗାର ମେଳା ଅନ୍ତର୍ଗତ ୫୧,୦୦୦ ଲୋକଙ୍କୁ ନିସୁକ୍ତିପତ୍ର ବାଣ୍ଟିଥିଲେ. ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ହଜାର ହଜାର ଯୁବକଯୁବତୀ ନିଯୁକ୍ତିପତ୍ର ବାଣ୍ଟିଛନ୍ତି. ତେବେ ଭାରତରେ ପାର୍ବଣ ଋତୁ ପୁର୍ବରୁ ସହରୀ ବେକାରୀ ସମସ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି.
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ । ରଣବୀର କପୁରଙ୍କୁ ଇଡିର ସମନ । ବେଟିଂ ଆପ୍ ସ୍କାମ୍ ମାମଲାରେ ଆସନ୍ତା 6ରେ ହାଜର ପାଇଁ ସମନ ଜାରି କଲା ଇଡି ।
ଏହି ମାମଲାରେ ଅନ୍ୟ 15 ଜଣ ସେଲିବ୍ରିଟି ମଧ୍ୟ ଇଡି ନଜରରେ ଅଛନ୍ତି । ଅନଲାଇନ୍ ବେଟିଂ ପ୍ଲାଟଫର୍ମ ପାଇଁ ରଣବୀର କପୁର ଏକ ସୋସିଆଲ୍ ମିଡିଆ ଇନଫ୍ଲୁଏନସର ଭାବରେ କାମ କରୁଥିଲେ । ଏହି ଆପ୍ ର ପ୍ରମୋସନ ପାଇଁ ମଧ୍ୟ ପାଉଣା ନେଉଥିଲେ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...