ମିଟୁଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଏତେଟା ସ୍ୱଚ୍ଛଳ ନୁହେଁ। ମିଟୁଙ୍କ ବାପା ଦୁର୍ଗ। ପ୍ରସାଦ ଏକ ପମ୍ପଚର ଦୋକାନକରି ପରିବାର ପ୍ରତିପୋଷଣ କରନ୍ତି। ସେହି ଦୋକାନରେ ବାପାଙ୍କୁ ସାହାଯ୍ୟ କରିବା ସହ ସ୍କୁଲ ଯିବା ଏବଂ ସେଠାରୁ ଆସିବା ପରେ ଘଣ୍ଟା ଘଣ୍ଟା ଧରି ନିଜ ଉଦ୍ୟମରେ ପାଠ ପଢି ଏହି ସଫଳତା ପାଇଛନ୍ତି। ଏହି ସଫଳତା ପାଇଁ ମିଟୁ ନିଜ ଅଭିଭାବକ ଏବଂ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି।
ସେ କହିଛନ୍ତି ଯେ, ସଫଳତା ପାଇବା ପାଇଁ ଆର୍ଥିକ ଅନାଟନ କୌଣି ପ୍ରତିବନ୍ଧକ ନୁହେଁ, କେବଳ ଲକ୍ଷ୍ୟ ହାସଲ ପାଇଁ ଜିଦ୍ ରହିବା ଆବଶ୍ୟକ। ସେ ଭବିଷ୍ୟତରେ ଜଣେ ସର୍ବଭାରତୀୟ ପୁଲିସ୍ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମିଟୁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: