ଏହି ମନ୍ତ୍ରୀ ମଣ୍ଡଳରେ ଜଣେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ କି ପୂର୍ବରୁ ମନ୍ତ୍ରୀ ଥିଲେ । କନକ ବର୍ଦ୍ଧନ ସିଂହ ଦେଓ । ପୂର୍ବରୁ ମନ୍ତ୍ରୀ ହେବାର ଅନୁଭୁତି ତାଙ୍କର ରହିଛି । ଏବେ ପ୍ରଥମ ଥର ପାଇଁ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୋହନ ମାଝୀଙ୍କ ମନ୍ତ୍ରୀ ମଣ୍ଡଳରେ 8ଜଣ ନେତା ଏପରି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି ।ପ୍ରଭାତି ପରିଡା ଫାଷ୍ଟଟାଇମ ଏମଏଲଏରୁ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସୁରେଶ ପୂଜାରୀ ପ୍ରଥମ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ସେ ବରଗଡ ସାଂସଦ ଥିଲେ । ସେହିପରି ପ୍ରଥମ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ନେତାଙ୍କ ଭିତରେ ଅଛନ୍ତି ପୃଥ୍ବିବୀରାଜ ହରିଚନ୍ଦନ, ବିଭୁତି ଭୂଷଣ ଜେନା, କୃଷ୍ଣ ଚନ୍ଦ୍ର ମହାପାତ୍ର, ପ୍ରଦୀପ ବଳ ସାମନ୍ତ, ଗୋକୁଳା ନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ବାଇଁ ।
ଦ୍ବିତୀୟ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ତାଲିକାରେ ଅଛନ୍ତି ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣ ଚନ୍ଦ୍ର ପାତ୍ର, ମୁକେଶ ମହାଲିଙ୍ଗ ଓ ସୁରଜ ସୂର୍ଯ୍ୟବଂଶୀ ।ରବି ନାରାୟଣ ନାୟକ ଚତୁର୍ଥ ଥର ପାଇଁ ଏମଏଲଏ ହୋଇଥିବା ବେଳେ ପ୍ଥଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ଗୋଟିଏ ପଟେ ମନ୍ତ୍ରୀମାନଙ୍କର ଉତ୍ସାହ ଆରପଟେ ଲୋକମାନଙ୍କର ଉତ୍ସାହ । 25 ବର୍ଷର ସ୍ଥିର ସରକାରରେ ଆସିଥିଲା ସ୍ଥାଣୁତା । ଦୁର୍ନୀତି, ପ୍ରିୟାପ୍ରତି ତୋଷଣ ଓ ଅଣଓଡିଆ ରାଜରେ ରୁନ୍ଧି ହୋଇଥିଲା ଓଡିଆ ଅସ୍ମିତା । ନୂଆ ପରିବର୍ତ୍ତନ ଆଣିଛି ନୂଆ ଉତ୍ସାହ ଓ ନୂଆ ଆଶା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: